ଓଡିଶାର ୨୧ ଲୋକସଭା ଆସନରୁ କିଏ ଜିତିବେ କେତେ ଆସନ? ବିଭିନ୍ନ ଏକଜିଟ୍ ପୋଲର ଆକଳନ, ଲୋକସଭାରେ ବିଜେଡିଠୁ ଆଗରେ ବିଜେପି ।

5,315

କନକ ବ୍ୟୁରୋ: ସରିଛି ଭୋଟ୍, ଆସିଛି ବୁଥ୍ ବାହୁଡା ମତ । ଆଉ ଏଥର ଏକଜିଟ୍ ପୋଲ ରିପୋର୍ଟରେ ଓଡିଶାରେ ପଦ୍ମ ଫୁଟିବା ନେଇ ପୂର୍ବାନୁମାନ କରିଛନ୍ତି ଏକାଧିକ ସର୍ଭେ ସଂସ୍ଥା । ଓଡିଶା ଲୋକସଭା ନିର୍ବାଚନରେ ବିଜେପି ୧୫ରୁ ଅଧିକ ସିଟ୍ ଜିତିବା ନେଇ ଏକାଧିକ ସଂସ୍ଥା ଦାବି କରିଛନ୍ତି । ତେବେ ଏଗଜିଟ ପୋଲର ଆକଳନ ଅନୁସାରେ, ଲୋକସଭା ନିର୍ବାଚନରେ ବିଜେପି, ବିଜେଡିଠାରୁ ଆଗରେ ରହିପାରେ । ମୋଟ ୨୧ ଆସନ ମଧ୍ୟରୁ ବିଜେଡି ଦୁଇ ଅଙ୍କ ଛୁଇଁନପାରେ ବୋଲି ଆକଳନ କରିଛନ୍ତି ଅଧିକାଂଶ ଜାତୀୟ ଗଣମାଧ୍ୟମ ଓ ସର୍ଭେ ସଂସ୍ଥା ।

ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆର ଆକଳନ ମୁତାବକ ଓଡିଶାର ୨୧ ଲୋକସଭା ଆସନ ମଧ୍ୟରୁ ବିଜେଡିକୁ କେବଳ ୦ରୁ ୨ଟି ସିଟ୍ ମିଳିପାରେ, ଅନ୍ୟପଟେ ବିଜେପିକୁ ଏଠାରେ ୧୮ରୁ ୨୦ ସିଟ୍ ମିଳିବା ନେଇ ଅନୁମାନ କରିଛି ଏହି ସଂସ୍ଥା । ସେପଟେ ଓଡିଶା କଂଗ୍ରେସ ଏବଂ ଜେଏମଏମ୍ ମେଣ୍ଟକୁ ଶୂନ୍ କିମ୍ବା ଗୋଟିଏ ସିଟ୍ ମିଳିପାରେ ବୋଲି କୁହାଯାଉଛି । ଅନ୍ୟପଟେ ଏବିପି ସି ଭୋଟର ସର୍ଭେରେ ବିଜେଡିକୁ ୧ ରୁ ୩ଟି ସିଟ୍ ମିଳିବା ନେଇ ଆକଳନ କରାଯାଇଛି । ସେହିପରି ବିଜେପିକୁ ଓଡିଶାରେ ୧୭ରୁ ୧୯ ସିଟ୍ ଏବଂ କଂଗ୍ରେସକୁ ଶୂନ୍ କିମ୍ବା ଦୁଇଟି ସିଟ୍ ମିଳିପାରେ ବୋଲି ଏବିପି ସି ଭୋଟର ପୂର୍ବାନୁମାନ କରିଛି ।

ଇଣ୍ଡିଆ ଟିଭି

  • ବିଜେଡି :୦୪ରୁ ୦୬ ସିଟ୍
  • ବିଜେପି :୧୫ରୁ ୧୭ ସିଟ୍
  • କଂଗ୍ରେସ: ୦ ରୁ ୦୧ ସିଟ୍

ଇଣ୍ଡିଆ ନ୍ୟୁଜ୍

  • ବିଜେଡି : ୦୮ ସିଟ୍
  • ବିଜେପି : ୧୩ ସିଟ୍
  • କଂଗ୍ରେସ: ୦ ସିଟ୍

ନ୍ୟୁଜ୍-୨୪

  • ବିଜେଡି :୦୪ ସିଟ୍
  • ବିଜେପି: ୧୬ ସିଟ୍
  • କଂଗ୍ରେସ- ୦୧ ସିଟ୍

ଏନଡିଟିଭି

  • ବିଜେଡି : ୩ରୁ ୮ ସିଟ୍
  • ବିଜେପି: ୧୫ ସିଟ୍
  • କଂଗ୍ରେସ: ୦ ସିଟ୍

ଟାଇମ୍ସ ନାଓ

  • ବିଜେଡି :୦୮ ସିଟ୍
  • ବିଜେପି :୧୩ ସିଟ୍
  • କଂଗ୍ରେସ- ୦ ସିଟ୍

ଜନ କୀ ବାତ୍

  • ବିଜେଡି: ୩ରୁ ୭ ସିଟ୍
  • ବିଜେପି: ୧୫ରୁ ୧୮ ସିଟ୍
  • କଂଗ୍ରେସ: ୦ ସିଟ୍