ବିରାଟ କୋହଲିଙ୍କ ଆଉଟ୍ ବିବାଦରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ: କୋହଲିଙ୍କ ୫୦ ପ୍ରତିଶତ ମ୍ୟାଚ ଫି କାଟ୍

227

କନକ ବ୍ୟୁରୋ: ବିରାଟ କୋହଲିଙ୍କ ଆଉଟ୍ ନେଇ ବିବାଦ ଭିତରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି ବିସିସିଆଇ । ଅମ୍ପେୟାରଙ୍କ ସହ ଖରାପ ବ୍ୟବହାର ଯୋଗୁ କୋହଲିଙ୍କ ୫୦ ପ୍ରତିଶତ ମ୍ୟାଚ ଫି କଟାଯାଇଛି । ରବିବାର କେକେଆର ବିପକ୍ଷରେ ମ୍ୟାଚରେ ବିରାଟ ୧୮ ରନ କରି ଖେଳୁଥିବା ବେଳେ ଏହ ହାଇ ଫୁଲଟଚ ବଲରେ କ୍ୟାଚ ଆଉଟ ହୋଇଯାଇଥିଲେ । ନୋ ବୋଲ ଅଭିଯୋଗ ଆଣି ବିରାଟ ରିଭ୍ୟୁ ନେଇଥିଲେ ମଧ୍ୟ ଥାର୍ଡ ଅମ୍ପେୟାର ତାଙ୍କୁ ଆଉଟ ଘୋଷିତ କରିଥିଲେ । ପରେ ବିରାଟ ଅମ୍ପେୟାରଙ୍କ ପାଖକୁ କିଛି କହୁଥିବାର ଦେଖିବାକୁ ମିଳିଥିଲା । ଯାହାକୁ ନେଇ ତାଙ୍କର ୫୦ ପ୍ରତିଶତ ମ୍ୟାଚ ଫି କଟାଯାଇଛି । କିଛି କ୍ରିକେଟର ଏହାକୁ ନୋ ବଲ ବୋଲି କହୁଥିବା ବେଳେ ଅନ୍ୟ କିଛି ଏହାକୁ ଠିକ୍ ବଲ ବୋଲି କହିଛନ୍ତି । ନିୟମ ଅନୁଯାୟୀ ବଲଟି ଅଂଟା ଉପରକୁ ଆସିଲେ ନୋ ବଲ ଦିଆଯିବ ଯଦି ଖେଳାଳୀ କ୍ରିଜ୍ ଲାଇନ ଭିତରେ ଅଛନ୍ତି । କିନ୍ତୁ କୋହଲି କ୍ରିଜ୍ ଲାଇନ ବାହାରେ ଥିବାରୁ ଅମ୍ପେୟାର ତାଙ୍କୁ ଆଉଟ ଘୋଷିତ କରିଥିଲେ । କିନ୍ତୁ କ୍ରିକେଟର ଅନ୍ୟ ନିୟମ ଅନୁଯାୟୀ ଯଦି ବ୍ୟାଟରକୁ କ୍ଷତି ପହଂଚାବା ଭଳି ବଲ ପଡିଥାଏ, ସେ ଦୃଷ୍ଟିରୁ ବ୍ୟାଟର କ୍ରିଜ୍ ବାହାରେ ଥିଲେ ମଧ୍ୟ ଆଉଟ୍ ଦିଆଯାଏନାହିଁ । କିନ୍ତୁ ଅମ୍ପେୟାର କୋହଲିଙ୍କୁ ଆଉଟ କରିବାକୁ ନେଇ ବିବାବ ସୃଷ୍ଟି ହୋଇଛି । ପୂର୍ବତନ କ୍ରିକେଟର ତଥା ଭାସ୍ୟକାର ନବଜୋତ ସିଂ ସିଦ୍ଧୁଙ୍କ ସହ ଅନେକ ଏହାକୁ ନୋ ବୋଲି କହିଛନ୍ତି । ଏହି ମ୍ୟାଚରେ କେକେଆର ୨୨୨ ରନ କରିଥିବା ବେଳେ ମାତ୍ର ଗୋଟିଏ ରନରେ ହାରିଥିଲା ଆରସିବି ।