ଜନ୍ମଦିନ କେକ ଖାଇ ମୃତ୍ୟୁ ଘଟଣାରେ ଆସିଲା ସାଂଘାତିକ ରିପୋର୍ଟ: ଅଧିକ ସ୍ୱାଦିଷ୍ଟ କରିବାକୁ ମିଶାଯାଇଥିଲା ସାକାରିନ ସହ ସିନ୍ଥେଟିକ୍ ଉପାଦାନ

414

କନକ ବ୍ୟୁରୋ: ନିକଟରେ ପଞ୍ଜାବରେ ଜଣେ ୧୦ ବର୍ଷିୟ ଝିଅ କେକ୍ ଖାଇ ମୃତ୍ୟୁ ମାମଲାରେ ସାଂଘାତି ତଥ୍ୟ ସାମ୍ନାକୁ ଆସିଛି । କେକକୁ ଅଧିକ ସ୍ୱାଦିଷ୍ଟ କରିବା ପାଇଁ ସେଥିରେ ସିନ୍ଥେଟିକ୍ ତଥା କୁତ୍ରୀମ ଉପାଦାନ ମିଶାଯାଇଥିବା ନେଇ ରିପୋର୍ଟ ଆସିଛି । ଗତ ମାର୍ଚ୍ଚ ୨୪ ତାରିଖରେ ନିଜ ଜନ୍ମଦିନରେ ଚକଲେଟ୍ କେକ ଖାଇ ନାବଳିକାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରା ପରିବାର ଅସୁସ୍ଥ ହୋଇପଡିଥିଲେ । ଏହି କେକକୁ ସେମାନେ ପଟିଆଲାରେ ଏକ ଏକ ବେକରୀ ଦୋକାନରୁ ମଗାଇଥିଲେ । ତେବେ କେକ ଖାଇ ନାବାଳିକାଙ୍କ ମୃତ୍ୟୁ ପରେ ଉକ୍ତ କେକର ନମୂନା ପରୀକ୍ଷା ପାଇଁ ପଠାଯାଇଥିଲା । କେକରେ ଅଧିକ ପରିମାଣର ସାକାରିନ୍ ସହ କେକକୁ ଅଧିକ ସ୍ୱାଦିଷ୍ଟ କରିବାକୁ ସେଥିରେ ସିନ୍ଥେଟିକ୍ ଉପଦାନ ମିଶାଯାଇଥିଲା ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ବିଜୟ ଜିନ୍ଦଲ କହିଛନ୍ତି । ମିଠା ପାଇଁ ଖାଦ୍ୟରେ ଅଳ୍ପ ପରିମାଣର ସାକାରିନ ସାଧାରଣତଃ ବ୍ୟବହାର କରଯାଇଥାଏ । କିନ୍ତୁ ଅଧିକ ପରିମାରଣ ସାକାରିନ ରକ୍ତର ଗ୍ଲୁକୋଜ ପରିମାଣ ଦୃତମାତ୍ରାରେ ବୃଦ୍ଧି କରିଥାଏ । ଯାହା ଶରୀର ପାଇଁ କ୍ଷତିକାରକ । ତେବେ ଉକ୍ତ କେକ ଦୋକାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଲାଗୁ କରାଯିବ କହିଛନ୍ତି ଅଧିକାରୀ ।