ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ ବାଂଲାଦେଶ । ଦ୍ୱିତୀୟ ଦିନିକିଆରେ ୨ଟି ପରିବର୍ତ୍ତନ ସହ ମୈଦାନକୁ ଓହ୍ଲାଇଲା ଟିମ୍ ଇଣ୍ଡିଆ ।

94

କନକ ବ୍ୟୁରୋ : ଭାରତ-ବାଂଲାଦେଶ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ବାଂଲାଦେଶ । ଏହି ମ୍ୟାଚରେ ବିଜୟ ସହ ସିରିଜ ହାତେଇବା ଲକ୍ଷ୍ୟରେ ରହିବ ବାଂଲାଦେଶ । ଅନ୍ୟପଟେ ଏହି ମ୍ୟାଚକୁ କଳେ ବଳେ କୌଶଳେ ଜିତିବାକୁ ଚାହିଁବ ଟିମ୍ ଇଣ୍ଡିଆ । କାରଣ ପ୍ରଥମ ଦିନିକିଆରେ ପରାଜିତ ହୋଇଥିଲା ଭାରତ । ତେଣୁ ୩ ମ୍ୟାଚ୍ ବିଶିଷ୍ଟ ସିରିଜରେ ତିଷ୍ଠି ରହିବାକୁ ହେଲେ ଭାରତକୁ ଏହି ମ୍ୟାଚରେ ନିଶ୍ଚୟ ବିଜୟ ହାସଲ କରିବାକୁ ହେବ ।

ଅନ୍ୟପଟେ ଦ୍ୱିତୀୟ ଦିନିକିଆରେ ୨ଟି ପରିବର୍ତ୍ତନ ସହ ମୈଦାନକୁ ଓହ୍ଲାଇଛି ଟିମ୍ ଇଣ୍ଡିଆ । ଶାହବାଜ ଅହମ୍ମଦ ଓ କୁଳଦୀପ ସେନଙ୍କ ସ୍ଥାନରେ ଉମରାନ ମଲ୍ଲିକ ଓ ଅକ୍ଷର ପଟେଲଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିଛି । ତେଣୁ ଏହି ମ୍ୟାଚରେ ବିଜୟୀ ହୋଇ ସିରିଜରେ ଆଗକୁ ବଢିବାକୁ ଲକ୍ଷ୍ୟ ରଖିଛି ରୋହିତ ବାହିନୀ ।