ଆଜିଠୁ ବଳଦେବଜୀଉଙ୍କ ସ୍ୱତନ୍ତ୍ର ବେଶ : ବଳଦେବଙ୍କ ପ୍ରଳମ୍ବାସୁର ବଧ ବେଶ ଧାରଣ କରିବେ

71

କନକ ବ୍ୟୁରୋ : କେନ୍ଦ୍ରପଡ଼ା ଶ୍ରୀ ବଳଦେବ ଜୀଉଙ୍କ ପୀଠରେ ଆଜିଠାରୁ ସ୍ୱତନ୍ତ୍ର ବେଶ ସମ୍ପନ୍ନ ହେବ । ଆଜି ଠାରୁ ବଳଦେବଙ୍କ ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ ହେବ । କାର୍ତ୍ତିକ ଶୁକ୍ଳ ପକ୍ଷ ଏକାଦଶୀ ତିଥିରେ ଏହି ବେଶ ପଡ଼ିଥାଏ । ପୌରାଣିକ ମତବାଦ ଅନୁଯାୟୀ ବେଶ ଅନୁଷ୍ଠିତ ହୋଇଥାଏ । ଆଜି ବଳଦେବ ଜୀଉ ପ୍ରଳମ୍ବାସୁର ବଧ ବେଶରେ ସଜିତ ହେବେ । ଦ୍ୱାଦଶୀରେ ଗରୁଡ଼ ବେଶ ଓ ପୂର୍ଣ୍ଣମୀରେ ପଦ୍ମବେଶ ହେବ । ସୂଚାରୁରୂପେ ଯେପରି ଭକ୍ତମାନେ ପ୍ରଭୁଙ୍କ ବେଶକୁ ଦର୍ଶନ କରିପାରିବେ, ଏଥିପାଇଁ ମନ୍ଦିର ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।