କାମର ୧୫ ଦିନ ହୋଇନି ଭଦ୍ରକ ଆରଡିରେ ବୈତରଣୀ ନଦୀକୁ ୨ଶହ ଫୁଟ ଧସିଲା ବନ୍ଧ । ନିମ୍ନମାନର କାମ ହୋଇଥିବା ଅଭିଯୋଗ

180

କନକ ବ୍ୟୁରୋ : ଧସିଲା ନଦୀ ବନ୍ଧ । ଭଦ୍ରକ ଆରଡିରେ ବୈତରଣୀ ନଦୀର ୨ଶହ ଫୁଟ ଧସିଯାଇଛି ନଦୀ ବନ୍ଧ । ୧୫ ଦିନ ବି ଯାଇନି ତାରି ଭିତରେ ନଦୀ ପାଣିରେ ଧୋଇଯାଇଛି କୋଟି କୋଟି ଟଙ୍କାର କାମ । ତେବେ ନିମ୍ନମାନର କାମ ଯୋଗୁ ଏହି ଘଟଣା ଘଟିଥିବା ହୋଇଛି ଅଭିଯୋଗ । ବର୍ଷା ଦିନକୁ ଆଖିରେ ରଖି ବନ୍ଧର ସ୍ଥାୟୀ ବ୍ୟବସ୍ଥା କରାଯାଇଥିଲା । ପାଣିରେ ଯେଭଳି ଧୋଇନଯିବ ସେ ନେଇ ପଥର ପ୍ୟାକିଂ କରାଯାଇଇଛି । ହେଲେ କାମର ୧୫ ଦିନ ବି ହୋଇନି ଷାଠିବାଙ୍କୁଡା ଠାରେ ଏହି ନଦୀ ବନ୍ଧ ଧସିଯାଇଥିବା ବେଳେ ସେଠାରେ ବଡ ବଡ ଫାଟ ସୃଷ୍ଟି ହୋଇଛି । ଆଗକୁ ପୁର୍ଣ୍ଣିମା ଥିବାରୁ ଜୁଆର ନେଇ ଲୋକେ ଭୟଭୀତ ହୋଇପଡିଛନ୍ତି ।