ନୂଆ ସଂସଦ ଭବନ ସିଂହକୁ ନେଇ ବିବାଦ : ଜାଣନ୍ତୁ ସିଂହର ଉଗ୍ର ମୁହଁ କାହିଁକି ? ବିରୋଧୀ କହିଲେ ଇତିହାସ ବଦଳାଇବାକୁ ଉଦ୍ୟମ

1,908

କନକ ବ୍ୟୁରୋ : ନୂଆ ସଂସଦ ଭବନର ଛାତ ଉପରେ ଉନ୍ମୋଚିତ ହୋଇଥିବା ଅଶୋକ ସ୍ତମ୍ଭକୁ ନେଇ ଆରମ୍ଭ ହୋଇଛି ରାଜନୀତି । ବିରୋଧୀ ଅଭିଯୋଗ କରିଛନ୍ତି ପୁରୁଣା ଅଶୋକ ସ୍ତମ୍ଭ ଏବଂ ନୂଆ ଅଶୋକ ସ୍ତମ୍ଭ ମଧ୍ୟରେ ଅନେକ ଫରକ ରହିଛି । ପୁରୁଣା ଅଶୋକ ସ୍ତମ୍ଭରେ ଥିବା ସିଂହ ଗୁଡ଼ିକ ସେତିକି ମୁହଁ ଖୋଲିନି ଯେତିକି ନୂଆ ଅଶୋକ ସ୍ତମ୍ଭରେ ରହିଛି । ନୂଆ ଅଶୋକ ସ୍ତମ୍ଭରେ ଥିବା ସିଂହଗୁଡ଼ିକ ହିଂସ୍ର ଦେଖାଯାଉଛନ୍ତି ବୋଲି ବିରୋଧୀ ଦଳର ନେତା ଅଭିଯୋଗ କରିଛନ୍ତି ।

ଟିଏମସି ସାଂସଦ ଜୱାହର ସିରକାର କହିଛନ୍ତି ଯେ, ନୂଆ ଅଶୋକ ସ୍ତମ୍ଭଟି ଆମ ଜାତୀୟ ପ୍ରତୀକ ପ୍ରତି ଅପମାନ । ପୁରୁଣା ଅଶୋକସ୍ତମ୍ଭରେ ଥିବା ସିଂହମାନେ ଅନୁଶାସନପ୍ରିୟ ଓ ଆତ୍ମବିଶ୍ୱାସ ଭରା ଦେଖାଯାଉଥିବାବେଳେ ମୋଦୀଙ୍କ ଦ୍ୱାରା ସଂସଦଭବନ ଉପରେ ନିର୍ମିତ ନୂଆ ଅଶୋକ ସ୍ତମ୍ଭର ସିଂହମାନେ ହିଂସ୍ର, ଅନାବଶ୍ୟକ ଭାବେ ଆକ୍ରାମକ ଓ ଅସଂଗତ ଦେଖାଯାଉଛନ୍ତି । ଏହାକୁ ତୁରନ୍ତ ବଦଳାଯାଉ ବୋଲି ଦାବି କରିଛନ୍ତି । ସେହିପରି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଅଶୋକ ସ୍ତମ୍ଭର ଏଭଳି ପରିବର୍ତନ ଜାତୀୟ ପ୍ରତୀକ ପ୍ରତି ଅପମାନ । ତେବେ ଐତିହାସିକ ମାନେ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ମହୁଆ ମଇତ୍ର

– ଟ୍ୱିଟରରେ କେବଳ ୨ଟି ସିଂହ ମୂର୍ତ୍ତିର ଫଟୋ ସେୟାର କରିଛନ୍ତି ମହୁଆ
– ବାମପଟେ ଅଛି ନୂଆ ସଂସଦ ଭବନରେ ତିଆରି କରାଯାଇଥିବା ସିଂହ ମୂର୍ତ୍ତି
– ଡାହାଣ ପଟେ ଅଛି ପାରମ୍ପରିକ ଅଶୋକ ସ୍ତମ୍ଭରେ ଥିବା ସିଂହ ମୂର୍ତ୍ତି
– ପରବର୍ତୀ ଟ୍ୱିଟରେ ମହୁଆ ମଇତ୍ର ଲେଖିଛନ୍ତି- ସତ କହିବା ଉଚିତ୍
– ବହୂ ପୂର୍ବରୁ ସତ୍ୟ ମେବ ଜୟତେ, ସିଂହ ମେବ ଜୟତେ ହୋଇସାରିଛି

ଇର୍ଫାନ ହବିବ, ଐତିହାସିକ

– ନୂଆ ସଂସଦ ଭବନରେ ଲାଗିଥିବା ସିଂହ ଉଗ୍ର ଦେଖାଯାଉଛି
– ଐତିହାସିକ ଅଶୋକସ୍ତମ୍ଭରେ ଥିବା ସିଂହ ମୂର୍ତ୍ତି ଅତ୍ୟନ୍ତ ଶାନ୍ତ ସ୍ୱଭାବର
– ନୂଆ ଅଶୋକ ସ୍ତମ୍ଭରେ ଥିବା ସିଂହର ମୁହଁ ମଧ୍ୟ ଖୋଲା ରହିଛି
– ଯାହା ପାରମ୍ପରିକ ଭାବେ ଅଶୋକ ସ୍ତମ୍ଭରେ ଥିବା ସିଂହରେ ଦେଖାଯାଏନି

ଜୟରାମ ରମେଶ

– ଏହା ଆମର ଜାତୀୟ ଚିହ୍ନ ପ୍ରତି ଏକ ଅପମାନ
– ସାରନାଥର ଅଶୋକ ସ୍ତମ୍ଭକୁ ସଂପୂର୍ଣ୍ଣ ବଦଳାଇ ଦିଆଯାଇଛି
– ଅଶୋକ ସ୍ତମ୍ଭର ଚରିତ୍ରକୁ ବଦଳାଇ ଦେବା ଅକ୍ଷମଣୀୟ

ପ୍ରଶାନ୍ତ ଭୂଷଣ

– ଏହା ମୋଦୀଙ୍କ ନୂଆ ଭାରତ
– ଗାନ୍ଧୀରୁ ଗଡସେ ପର୍ଯ୍ୟନ୍ତ
– ଆମର ଜାତୀୟ ଚିହ୍ନରୁ ସଂସଦ ଭବନରେ ତିଆରି ଚିହ୍ନ ଯାଏଁ
– ମୁନିଆ ଦାନ୍ତକୁ ଦେଖାଉଥିବା ଉଗ୍ର ସିଂହ ଯାଏଁ

ସଂଜୟ ସିଂ

– ଟ୍ୱିଟ କରି ବିଜେପିକୁ ଟାର୍ଗେଟ କଲେ ଆପ ନେତା ସଂଜୟ ସିଂ
– ୧୩୦ କୋଟି ଭାରତବାସୀଙ୍କୁ ପ୍ରଶ୍ନ କରିଛନ୍ତି ସଂଜୟ ସିଂ
– ସଂଜୟ କହିଲେ- ରାଷ୍ଟ୍ରୀୟ ଚିହ୍ନ ବଦଳାଇଥିବା ଲୋକଙ୍କୁ ଦେଶଦ୍ରୋହୀ କୁହାଯିବ ନାହିଁ କାହିଁକି ?

ମୋଦୀଙ୍କ ଉପସ୍ଥିତିକୁ ନେଇ ଆପତ୍ତି

– ଅଶୋକ ସ୍ତମ୍ଭକୁ ପ୍ରଧାନମନ୍ତ୍ରୀ ଅନାବରଣ କରିବାକୁ ନେଇ ବିବାଦ
– ପ୍ରଧାନମନ୍ତ୍ରୀ ନୂଆ ସଂସଦ ଭବନ ଅଶୋକ ସ୍ତମ୍ଭକୁ ଅନାବରଣ କରିଥିଲେ
– ମୋଦୀ ସଂସଦୀୟ ମାନଦଣ୍ଡକୁ ଉଲ୍ଲଂଘନ କରିଥିବା ବିରୋଧୀଙ୍କ ଅଭିଯୋଗ
– ସମ୍ବିଧାନ ସରକାର ଓ ନ୍ୟାୟପାଳିକାର କ୍ଷମତାକୁ ଅଲଗାଲ କରୁଛି
– ତେଣୁ ସରକାରର ମୁଖ୍ୟ ହୋଇ ପ୍ରଧାନମନ୍ତ୍ରୀ କାହିଁକି ଅନାବରଣ କଲେ
– ସଂସଦର ମୁଖ୍ୟ ଭାବେ ଲୋକସଭା ବାଚସ୍ପତି ଅନାବରଣ କରିବା କଥା
– କଂଗ୍ରେସ ଏହି ଅନାବରଣ ଉତ୍ସବକୁ ନେଇ ଆପତ୍ତି ଉଠାଇଛି
– ସଂସଦରେ ସମସ୍ତ ରାଜନୈତିକ ଦଳର ଅଧିକାର ରହିଥିବା କହିଛି କଂଗ୍ରେସ
– ତେଣୁ ସମସ୍ତ ରାଜନୈତିକ ଦଳକୁ କାହିଁକି କାର୍ଯ୍ୟକ୍ରମକୁ ଡକା ଗଲାନି

ମୂର୍ତ୍ତି ତିଆରି କରିଥିବା କାରିଗରଙ୍କ ଦାବି

– ମୂର୍ତ୍ତିଟିକୁ ତିଆରି କରିଛନ୍ତି କାରିଗର ସୁନିଲ ଦେଓରେ ଓ ତାଙ୍କ ଟିମ୍
– ନୂଆ ମୂର୍ତ୍ତିରେ ସିଂହର ମୁହଁ ଖୋଲା ରହିବା କଥାକୁ ସେ ଅସ୍ୱୀକାର କରିଛନ୍ତି
– ଏହି ବିଶାଳକାୟ ଅଶୋକ ସ୍ତମ୍ଭ ନିର୍ମାଣ କରିବାକୁ ତାଙ୍କୁ ୯ ମାସ ଲାଗିଛି
– ସରକାରଙ୍କଠାରୁ ଏଥିପାଇଁ ତାଙ୍କୁ ସିଧାସଳଖ କଂଟ୍ରାକ୍ଟ ମିଳିନଥିଲା
– ତେଣୁ କାହିରି କଥାରେ ମୂର୍ତ୍ତିରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇନି
– ସାରନାଥରେ ଥିବା ଅଶୋକ ସ୍ତମ୍ଭ ଓ ସିଂହ ମୂର୍ତ୍ତିର ଏହା କେବଳ କପି

ଅଶୋକ ସ୍ତମ୍ଭର ଇତିହାସ
– ଶାସନ, ସଂସ୍କୃତି ଓ ଶାନ୍ତିର ପ୍ରତୀକ ଅଶୋକ ସମ୍ଭ
– ୧୯୫୦ ଜାନୁଆରୀ ୨୬ରେ ଏହାକୁ ଜାତୀୟ ଚିହ୍ନ ଭାବେ ଗ୍ରହଣ କରାଗଲା
– ହେଲେ ଏହାର ହଜାରେ ବର୍ଷ ତଳୁ ସମ୍ରାଟ ଅଶୋକ ଏହାର କଳ୍ପନା କରିଥିଲେ
– ସମ୍ରାଟ ଅଶୋକଙ୍କ ଶାସନ ଓ ଅଶୋକ ସ୍ତମ୍ଭର ଏକ ନିବିଡ ସଂପର୍କ ରହିଛି
– କଳିଙ୍ଗ ଯୁଦ୍ଧରେ ରକ୍ତପାତ ପରେ ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ଅଶୋକ
– ବୌଦ୍ଧ ଧର୍ମର ପ୍ରଚାର ପାଇଁ ଏକ ପ୍ରତିକ ନିର୍ମାଣ କଲେ ୪ ସିଂହ ମୁହଁ ଥିବା ସ୍ତମ୍ଭ
– କୁହାଯାଉଛି ଭଗବାନ ବୁଦ୍ଧଙ୍କୁ ସିଂହର ପ୍ରତିକ ଭାବେ ମଧ୍ୟ ବିଚାର କରାଯାଉଥିଲା
– ବୁଦ୍ଧଙ୍କ ୧୦୦ ନାଁ ଭିତରୁ ସାକ୍ୟ ସିଂହ ଓ ନରସିଂହ ମଧ୍ୟ ଅନ୍ୟତମ
– ଅଶୋକ ସ୍ତମ୍ଭରେ ସିଂହ ଗୁଡିକୁ ଦେଖିଲେ ଏକାଥରେ ୩ଟି ହିଁ ଦେଖାଯାଏ
– ଯଦିଓ ଅଶୋକ ସ୍ତମ୍ଭରେ ୪ଟି ସିଂହର ମୁହଁକୁ ରଖାଯାଇଛି
– ଅଶୋକ ସ୍ତମ୍ଭରେ ତଳଆଡକୁ ଏକ ଷଣ୍ଢ ଓ ଘୋଡାର ଚିହ୍ନ ରହିଛି
– ଏହି ୨ ଚିହ୍ନ ମଝିରେ ଏକ ଚକ୍ର ଅଛି, ଯାହା ଜାତୀୟ ପତାକାରେ ବ୍ୟବହାର ହେଉଛି
– ଅଶୋକ ସ୍ତମ୍ଭରେ ତଳକୁ ଲେଖାଅଛି- ସତ୍ୟ ମେବ ଜୟତେ
– ଯାହା ମଣ୍ଡୁକ ଉପନିଷଦର ଏକ ସୂତ୍ର ବୋଲି ମଧ୍ୟ କୁହାଯାଏ
– ଏହାର ଅର୍ଥ ହେଲା ‘ସର୍ବଦା ସତ୍ୟର ହିଁ ବିଜୟ ହୋଇଥାଏ’

ଅଶୋକ ସ୍ତମ୍ଭକୁ ନେଇ ଆଇନ୍

– ସାମ୍ବିଧାନିକ ପଦ ପଦବୀରେ ଥିବା ବ୍ୟକ୍ତି ଜାତୀୟ ଚିହ୍ନର ବ୍ୟବହାର କରିପାରିବେ
– ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ଉପରାଜ୍ୟପାଳ ବ୍ୟବହାର କରିବେ
– କେନ୍ଦ୍ରମନ୍ତ୍ରୀ, ନ୍ୟାୟପାଳିକା ଓ ସରକାରୀ ସଂସ୍ଥା ବ୍ୟବହାର କରିପାରିବେ ଜାତୀୟ ଚିହ୍ନ
– କାର୍ଯ୍ୟରୁ ଅବ୍ୟାହତି ନେବା ପରେ କେହି ଜାତୀୟ ଚିହ୍ନ ଅଶୋକ ସ୍ତମ୍ଭ ବ୍ୟବହାର କରିପାରିବେନି
– ରାଷ୍ଟ୍ରୀୟ ଚିହ୍ନର ଦୁର୍ବ୍ୟବହାରକୁ ରୋକିବା ପାଇଁ ଦେଶରେ ୨୦୦୫ରେ ସ୍ୱତନ୍ତ୍ର ଆଇନ ହେଲା
– ୨୦୦୭ରେ ଭାରତୀୟ ରାଷ୍ଟ୍ରୀୟ ଚିହ୍ନ ଦୁରୁପଯୋଗ ନିରାକରଣ ଆଇନରେ ସଂଶୋଧନ ହେଲା
– ଅଶୋକ ସ୍ତମ୍ଭର ଦୁରୁପଯୋଗରେ ୨ ବର୍ଷ ଜେଲ ଓ ୫ ହଜାର ଟଙ୍କା ଯାଏଁ ଜରିମାନା ହୋଇପାରେ