ବର୍ଷା ଆସୁଆସୁ ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥିିତି ବେହାଲ: କେନ୍ଦୁଝର ପାଟଣା ତେଲ ନଦୀ ପୋଲ ଉପରେ ବହିଲା ୪ଫୁଟର ପାଣି

76

କନକ ବ୍ୟୁରୋ: କିଛି ଘଂଟାର ବର୍ଷାରେ ଅସ୍ତବ୍ୟସ୍ତ ହୋଇପଡିଛି ଜନଜୀବନ । ଗତକାଲି ଠାରୁ ଲାଗି ରହିଥିବା ବର୍ଷା ଯୋଗୁଁ ରାସ୍ତାରେ ପାଣି, ଘରେ ପାଣି । ବିଲ କେଉଁଠି ଓ ନାଳ କେଉଁଠି ଜାଣିବା ମୁସ୍କିଲ ହୋଇପଡ଼ିଛି । ଜଗତସିଂହପୁର ଜିଲ୍ଲା ମାଛଗାଁ କେନାଲରେ ୨ଟି ଘାଇ ସୃଷ୍ଟି ହେବା ଯୋଗୁଁ ପ୍ରଭାବିତ ହୋଇଛି ଜୀବନ ଯାତ୍ରା । ଦଳେଇ ଖାଇ ନିକଟରେ ଗୋଟିଏ ଘାଇ ହୋଇଥବା ବେଳେ ଆଉ ଗୋଟିଏ ଘାଇ ତରିକୁନ୍ଦ ନିକଟରେ ସୃଷ୍ଟି ହୋଇଛି । ଫଳରେ ହନୁମନ୍ତପୁର ଗାଁରେ ଜଳବନ୍ଦୀ ଅବସ୍ଥାରେ ସୃଷ୍ଟି ହୋଇଛି । ସେହିପରି ତରିକୁନ୍ଦ ଘାଇ ଯୋଗୁଁ ଜଗତସିଂହପୁର-କଟକ ରାସ୍ତା ଉପରେ ପାଣି ଚାଲୁଛି । ଏପଟେ କେନ୍ଦୁଝର କୁମୁଳବାହାଳି ତେଲ ନଦୀ ପୋଲ ଉପରେ ୪ ଫୁଟ ଉଚ୍ଚରେ ବନ୍ୟାପାଣି ପ୍ରବାହିତ ହେଉଛି । ଘୋଳକୁଣ୍ଡ ପୋଲରେ ବି ସମାନ ଅବସ୍ଥା । ବନ୍ୟା ପାଣି ଯୋଗୁଁ ଯାତାୟତ ଠପ୍ ହୋଇଯାଇଛି । ତେଲ ନଦୀ ପାଶ୍ୱର୍ରେ ଥିବା ବେଲସରେଇ ଓ ଘୋଳକୁଣ୍ଡ ଗ୍ରାମବାସୀ ଜଳବନ୍ଦୀ ହୋଇ ରହିଛନ୍ତି । କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଳାକୁ ଯୋଗାଯୋଗ ବିଚ୍ଚିନ୍ନ ହୋଇଛି ।