ଖାଲିସ୍ତାନୀ ଗୁରୁପତୱନ୍ତ ସିଂ ପନୁ ହତ୍ୟା ଷଡଯନ୍ତ୍ରରେ ବଡ ଅପଡେଟ : ନିଖିଲ ଗୁପ୍ତା ଗଲେ ସୁପ୍ରିମକୋର୍ଟ, କହିଲେ-ମୋ ଜୀବନ ପ୍ରତି ବିପଦ ଅଛି

128

ଶିଖ ବିଚ୍ଛିନ୍ନତାବାଦୀ ନେତା ଓ ଖାଲିସ୍ତାନୀ ଗୁରୁପତୱନ୍ତ ସିଂ ପନୁ ହତ୍ୟା ଷଡଯନ୍ତ୍ରରେ ଚେକ ଗଣତନ୍ତ୍ରରେ ଗିରଫ ହୋଇଥିବା ଏବଂ ଆମେରିକାକୁ ପ୍ରତ୍ୟର୍ପଣ କରାଯାଇଥିବା ଅଭିଯୁକ୍ତ ଭାରତୀୟ ନିଖିଲ ଗୁପ୍ତାଙ୍କ ପରିବାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି । ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ଦର୍ଶାଯାଇଛି ଯେ ନିଖିଲ ଗୁପ୍ତାଙ୍କୁ ଚେକ୍ ରିପବ୍ଲିକରେ ବେଆଇନ ଭାବେ ଅଟକ ରଖାଯାଇଥିଲା ।

ଖାଲିସ୍ତାନୀ ଆତଙ୍କବାଦୀ ହତ୍ୟା ପାଇଁ ଷଡଯନ୍ତ୍ର କରି ଗିରଫ ହୋଇଥିବା ଭାରତୀୟ ନାଗରିକ ନିଖିଲ ଗୁପ୍ତା ସୁପ୍ରିମକୋର୍ଟଙ୍କ ନିକଟରେ ହାଜର ହୋଇଛନ୍ତି । ଚେକ ରିପବ୍ଲିକରେ ଗିରଫ ହୋଇଥିବା ଏବଂ ଆମେରିକାକୁ ପ୍ରତ୍ୟର୍ପଣ ହେବାକୁ ଯାଉଥିବା ଅଭିଯୁକ୍ତ ଭାରତୀୟ ନିଖିଲ ଗୁପ୍ତାଙ୍କ ପରିବାର ତାଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ଦର୍ଶାଯାଇଛି ଯେ ନିଖିଲ ଗୁପ୍ତାଙ୍କୁ ଚେକ୍ ରିପବ୍ଲିକରେ ବେଆଇନ ଭାବେ ଅଟକ ରଖାଯାଇଥିଲା  ।ଏହି ପ୍ରସଙ୍ଗରେ ସହାୟତା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟ ଉଭୟ ଚେକ କର୍ତ୍ତୃପକ୍ଷଙ୍କୁ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟଙ୍କୁ ନିର୍ଦ୍ଦେଶ ଦେବାକୁ କୁହାଯାଇଛି । ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି ଯେ ଆବେଦନକାରୀଙ୍କ ଜୀବନ ପ୍ରତି ବିପଦ ଅଛି । ଆବେଦନକାରୀ ଜଣେ ଭାରତୀୟ ଆଇନ ପାଳୁଥିବା ସଚେତନ ନାଗରିକ ଅଟନ୍ତି । ତାଙ୍କୁ ବେଆଇନ ଭାବେ ଏକ ବିଦେଶୀ ଜେଲରେ ରଖାଯାଇଛି ଯେଉଁଠାରେ ତାଙ୍କ ଜୀବନ ପ୍ରତି ଗୁରୁତର ବିପଦ ରହିଛି ।

ଖାଲିସ୍ତାନୀ ଆତଙ୍କବାଦୀ ଏବଂ ଶିଖ୍ ଫର ଜଷ୍ଟିସ୍ ପ୍ରତିଷ୍ଠାତା ଗୁରୁପତୱନ୍ତ ସିଂ ପନ୍ନୁର ହତ୍ୟା ପାଇଁ ଷଡଯନ୍ତ୍ର କରି ଆମେରିକା ଜଣେ ଭାରତୀୟ ନାଗରିକଙ୍କୁ ଗିରଫ କରିଥିଲା । ପନ୍ନୁ ପାଖରେ  ଆମେରିକା ଏବଂ କାନାଡାର ଉଭୟ ଦେଶର ନାଗରିକତା ଅଛି ।  ଭାରତ ସରକାର ତାକୁ ଆତଙ୍କବାଦୀ ଘୋଷଣା କରିଛନ୍ତି । ଆମେରିକାର ଆଟର୍ଣ୍ଣି କାର୍ଯ୍ୟାଳୟ ବୁଧବାର କହିଛି ଯେ ନିଖିଲ ଗୁପ୍ତା ନାମକ ଜଣେ ବ୍ୟକ୍ତିଙ୍କୁ ଜୁନ୍ ମାସରେ ଚେକ କର୍ତ୍ତୃପକ୍ଷ ଗିରଫ କରିଥିଲେ ଏବଂ ସେ ପ୍ରତ୍ୟର୍ପଣକୁ ଅପେକ୍ଷା କରିଛନ୍ତି । ଅଭିଯୁକ୍ତମାନେ କହିଛନ୍ତି ଯେ ପନ୍ନୁ ଭାରତ ସରକାରଙ୍କ ଜଣେ ସମାଲୋଚକ ଯିଏ ଆମେରିକାରେ ରହୁଥିବାବେଳେ ଖଲିସ୍ଥାନ ନାମରେ ଏକ ନୂତନ ଦେଶ ଦାବି କରୁଥିବା ଏକ ସଂଗଠନର ନେତୃତ୍ୱ ନେଉଛନ୍ତି ।

ଭାରତରେ ପନ୍ନୁର ସଂଗଠନ ଶିଖ୍ ଫର ଜଷ୍ଟିସ୍ (SFJ) ଉପରେ ପ୍ରତିବନ୍ଧକ ଲଗାଯାଇଛି । ନ୍ୟୁଜ୍ ଏଜେନ୍ସି ରଏଟର୍ସ ଦ୍ଵାରା  ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମାନହଟାନର ସର୍ବୋଚ୍ଚ ଫେଡେରାଲ୍ ଓକିଲ ଡାମିଆନ୍ ୱିଲିୟମ୍ସ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତମାନେ ନ୍ୟୁୟର୍କ ସହରରେ ଜଣେ ଭାରତୀୟ ମୂଳ ଆମେରିକୀୟ ନାଗରିକଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରିଥିଲେ । ଗତ ସପ୍ତାହରେ ବାଇଡେନ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଆମେରିକାର ମାଟିରେ ଶିଖ ବିଚ୍ଛିନ୍ନତାବାଦୀଙ୍କୁ ହତ୍ୟା କରିବାର ଷଡଯନ୍ତ୍ରକୁ ଆମେରିକାର ଅଧିକାରୀମାନେ ଖଣ୍ଡନ କରିଛନ୍ତି ଏବଂ ନୂଆଦିଲ୍ଲୀର ସମ୍ପୃକ୍ତି ନେଇ ଭାରତକୁ ଚେତାବନୀ ଦେଇଛନ୍ତି । ଏହି ଷଡଯନ୍ତ୍ରର ଟାର୍ଗେଟ ହେଉଛି ପନ୍ନୁ ବୋଲି ଅଧିକାରୀ କହିଛନ୍ତି।