ଅଯୋଗ୍ୟ ଛାତ୍ରଙ୍କୁ ମିଳୁଛି ସୁଯୋଗ, କଟିଯାଉଛନ୍ତି ମେଧାବୀ । ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ବିରୋଧରେ ଅଭିଯୋଗ ଆଣି ଭିଜିଲାନ୍ସରେ ହାଜର ହେଲେ ପୁଣି ଜଣେ ଚାକିରୀ ଆଶାୟୀ

168

କନକ ବ୍ୟୁରୋ: ଓଡିଶା ଷ୍ଟାଫ ସିଲେକ୍ସନ କମିସନରେ ନିଯୁକ୍ତି ଦୁର୍ନୀତି ନେଇ ଅଭିଯୋଗ ବଢିବାରେ ଲାଗିଛି । ଆଜି ଭିଜିଲାନ୍ସ ଅଫିସରେ ପହଂଚି ଆଉ ଜଣେ ଚାକିରୀ ଆଶାୟୀ ନିହାର ରଂଜନ ଦାଶ ଓଏସଏସିସିର ନିଯୁକ୍ତି ପ୍ରକ୍ରିୟାକୁ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଦୁର୍ନୀତି ଯୋଗୁଁ ଅଯୋଗ୍ୟଙ୍କୁ ଚାକିରୀ ମିଳୁଥିବା ବେଳେ ମେଧାବୀ ଛାତ୍ର କଟି ଯାଉଛନ୍ତି ।

ବିଶେଷ କରି ପରୀକ୍ଷା ପ୍ରକ୍ରିୟା ବିଳମ୍ବ ହେଉଥିବାରୁ ଓଏସଏସସି କାର୍ଯ୍ୟାଳୟରେ ଥିବା ବିରଂଚି ସାହୁଙ୍କ ଭଳି କର୍ମଚାରୀଙ୍କୁ ଲାଂଚ କାରାବାର କରିବା ସହଜ ହେଉଥିବା ସେ କହିଛନ୍ତି । ଏସଆଇ ପରୀକ୍ଷା ପାଇଁ ୨୦୧୮ରୁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଆଜି ଯାଏଁ ପ୍ରିଲିମିନାରୀ ପରୀକ୍ଷା ହୋଇନାହିଁ ବୋଲି ସେ ଉଦାହରଣ ଦେଇଛନ୍ତି ।