ଆଜି ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ । ସନ୍ଧ୍ୟା ୭ଟାରେ ରାଜ୍ୟବାସୀଙ୍କ ଆଗରେ ସମ୍ବୋଧନ ରଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

233

କନକ ବ୍ୟୁରୋ: ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ । ଆଜି ସନ୍ଧ୍ୟା ୭ଟା ସମୟରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ । ତେବେ ମୁଖ୍ୟମନ୍ତ୍ରୀ  କେଉଁ ବିଷୟ ନେଇ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିବେ ସେନେଇ କୌଣସି ନିର୍ଦ୍ଧିଷ୍ଟ ସୂଚନା ମିଳିପାରିନାହିଁ । କରୋନା କାଳରେ ମୁଖ୍ୟମନ୍ତ୍ରୀ  କିଛି ଦିନ ତଳେ ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଥିଲେ । ଏହି ସମୟରେ ସେ କଡାକଡି  ଭାବେ କୋଭିଡ୍ ନିୟମ ଅନୁପାଳନ ସହ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଥିଲେ । ହେଲେ ଏବେ ମୁଖ୍ୟମନ୍ତ୍ରୀ କେଉଁ ବିଷୟରେ ସମ୍ବୋଧିତ କରିବେ ସେ ନେଇ ନିର୍ଦ୍ଧିଷ୍ଟ ସୂଚନା ମିଳିପାରିନାହିଁ ।