ମହିଳା ହକି ସେମିଫାଇନାଲରେ ଜିତିଲା ଆର୍ଜେଣ୍ଟିନା । ଏବେ ବ୍ରୋଞ୍ଜ ପାଇଁ ଲଢିବ ଭାରତୀୟ ଦଳ । 

170

କନକ ବ୍ୟୁରୋ: ଟୋକିଓ ଅଲିମ୍ପିକ୍ସ ମହିଳା ହକି ସେମିଫାଇନାଲରେ ହାରିଲା ଭାରତ । ଆର୍ଜେଣ୍ଟିନା ଏହି ମ୍ୟାଚରେ ୨-୧ରେ ବିଜୟୀ ହୋଇ ଫାନାଲରେ ପ୍ରବେଶ କରିଛି । ଫଳରେ ଭାରତ ଏହି ମ୍ୟାଚରେ ପରାସ୍ତ ହୋଇ ଏବେ ବ୍ରୋଞ୍ଜ ପଦକ ପାଇଁ ଖେଳିବ । ବ୍ରୋଞ୍ଜ ପଦକ ପାଇଁ ଭାରତ ଗ୍ରେଟ ବ୍ରିଟେନକୁ ଭେଟିବ ।

ଭାରତୀୟ ମହିଳା ହକି ଦଳ ଚମତ୍କାର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଥିଲା । ମହିଳା ହକି ଦଳ ଚଳିତ ଅଲିମ୍ପିକ୍ସରେ ପ୍ରଥମଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଥିଲା । ସେମିଫାଇନାଲରେ ଭାରତୀୟ ଦଳ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା ।