ଭୁବନେଶ୍ୱର ରେଲ ଅଡିଟୋରିୟମରେ ସମ୍ବାଦ ଓ କନକ ନ୍ୟୁଜର ବାର୍ଷିକ ଉତ୍ସବ । ଯୋଗ ଦେଲେ ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣ ପ୍ରସୂନ ବାଜପେୟୀ

94

କନକ ବ୍ୟୁରୋ : ଦୈନିକ ସମ୍ବାଦପତ୍ର ସମ୍ବାଦକୁ ୩୮ ବର୍ଷ ଓ କନକ ନ୍ୟୁଜକୁ ୧୩ ବର୍ଷ ପୁରିଛି । ଏହି ଅବସରରେ କନକ ନ୍ୟୁଜ ପକ୍ଷରୁ ଆୟୋଜିତ ହୋଇଛି ବାର୍ଷିକ ବିତର୍କ । ସଂପାଦକ ମନୋରଞ୍ଜନ ମିଶ୍ର ଏହାକୁ ପରିଚାଳନା କରିଥିବାବେଳେ କଳାଧନ ବିନା ନିର୍ବାଚନ ଲଢିବା ଓ ଜିତିବା ସମ୍ଭବ କି ସେନେଇ ମତାମତ ରଖିଛନ୍ତି ବରିଷ୍ଠ ରାଜନେତା । ଏପରିକି ଆଲୋଚନା ବେଳେ ଭାବବିହ୍ୱଳ ହୋଇପଡିଥିଲେ କଂଗ୍ରେସ ନେତା ଗଣେଶ୍ୱର ବେହେରା ।

ଏହି ଅବସରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ବିତର୍କ ପ୍ରତିଯୋଗିତା । ୯ଟି ଜୋନ୍ରୁ ୨୫ ଜଣ ପ୍ରତିଯୋଗୀ ଏଥିରେ ଭାଗନେଇଛନ୍ତି । କଳାଟଙ୍କା ବିନା ରାଜନୀତି ପ୍ରସଙ୍ଗରେ ମତାମତ ରଖିଛନ୍ତି ପ୍ରତିଯୋଗୀ । ସଂସଦ ଓ ବିଧାନସଭାରେ ବିତର୍କ ଲୋପ ପାଇବାକୁ ବସିଥିବାବେଳେ, ଭିନ୍ନମତକୁ ଦେଶରେ ସ୍ଥାନ ମିଳୁନଥିବାର ଅଭିଯୋଗ ଭିତରେ ଏଭଳି ଏକ ସୁଯୋଗକୁ ପିଲାମାନେ ପ୍ରଶଂସା କରିଛନ୍ତି ।

କାର୍ଯ୍ୟକ୍ରମର ଦ୍ୱିତୀୟାର୍ଦ୍ଧରେ ଆୟୋଜିତ ହୋଇଛି ସାରେଗାମା ପ୍ରତିଯୋଗିତା । ୯ଟି ଜୋନରୁ ମୋଟ୍ ୨୫ଜଣ ପ୍ରତିଯୋଗୀ ସଂଗୀତ ପ୍ରତିଯୋଗିତାରେ ଭାଗନେଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ହୋଇଛନ୍ତି । ଉଭୟ ବିତର୍କ ଓ ସାରେଗାମା ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଅର୍ଥ ପୁରସ୍କାର ପ୍ରଦାନ କରାଯିବ ।

ଜନ୍ମୋତ୍ସବ ଉପଲକ୍ଷେ ସଂଧ୍ୟାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଛନ୍ତି ବରିଷ୍ଠ ସାମ୍ବାଦିକ ତଥା ରାଜନୀତି ସମୀକ୍ଷକ ପୂଣ୍ୟ ପ୍ରସୂନ ବାଜପେୟୀ ।