ପ୍ରଧାନମନ୍ତ୍ରୀଙ୍କ ଉପରେ ଖପ୍ପା ଅଛନ୍ତି ଆନ୍ନା ହଜାରେ ! କହିଲେ, ପ୍ରଧାନମନ୍ତ୍ରୀ ପଦ ପାଇଁ ଗର୍ବ କରୁଛନ୍ତି ମୋଦି

43

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗର୍ବ କରୁଛନ୍ତି । ସେହି କାରଣରୁ ସେ ତାଙ୍କ ଚିଠିର ଉତ୍ତର ଦେଉ ନାହାନ୍ତି ବୋଲି ଆନ୍ନା ହଜାରେ ଅଭିଯୋଗ କରିଛନ୍ତି । ଶନିବାର ଦିନ ସଙ୍ଗଲି ଜିଲ୍ଲା ଅନ୍ତର୍ଗତ ଆତପଦି ତହସିଲରେ ଏକ ସର୍ବସାଧାରଣ ରାଲିରେ ଭାଷଣ ଦେବାବେଳେ ଆନ୍ନା ଏ କଥା କହିଛନ୍ତି । ସେ କହିଛନ୍ତି, ଗତ ତିନି ବର୍ଷ ମଧ୍ୟରେ ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟକୁ ୩୦ ଖଣ୍ଡ ଚିଠି ଲେଖିଛି, କିନ୍ତୁ ସେ ସେଗୁଡ଼ିକର ଉତ୍ତର ଦେଇ ନାହାନ୍ତି । ନିଜର ପ୍ରଧାନମନ୍ତ୍ରୀ ପଦ ପାଇଁ ମୋଦି ଗର୍ବ କରୁଥିବାରୁ ସେ ମୋ ଚିଠିର ଉତ୍ତର ଦେଉ ନାହାନ୍ତି ।

anna-hazareମାର୍ଚ ୨୩ ଠାରୁ ଦିଲ୍ଲୀରେ ପୁଣି ଗୋଟାଏ ଆନ୍ଦୋଳନ କରିବେ ବୋଲି ପୂର୍ବରୁ ହଜାରେ ଘୋଷଣା କରିଥିଲେ । ମାର୍ଚ ୨୩ ତାରିଖ ପାଇଁ ସମର୍ଥନ ଯୋଗାଡ଼ କରିବାକୁ ଆନ୍ନା ଭାଷଣ ଦେବାକୁ ଥିବା ତିନୋଟି ରାଲି ମଧ୍ୟରୁ ପ୍ରଥମଟି ଥିଲା ଶନିବାର ଆୟୋଜିତ ଆତବଦି ରାଲି । ସରକାରଙ୍କୁ ଚେତାବନୀ ଦେବା ଭଳି ଏ ଭଳି ବିଶାଳ ବିକ୍ଷୋଭ ପୂର୍ବରୁ କେବେ ହୋଇ ନାହିଁ ବୋଲି ଆନ୍ନା କହିଛନ୍ତି । ରାଲି ଏବଂ ବିକ୍ଷୋଭ ମାଧ୍ୟମରେ ମୁଁ ଭୋଟ୍ ଯୋଗାଡ଼ କରୁନାହିଁ । ଜନ ଲୋକପାଳ ପାଇଁ ଯେଉଁ ପ୍ରକାର ବିଶାଳ ରାଲି ହୋଇଥିଲା ଚାଷୀଙ୍କ ମାମଲାରେ ମଧ୍ୟ ସେହି ଭଳି ରାଲିଟିଏ ହେବ ବୋଲି ମୋର ବିଶ୍ୱାସ । ଲୋକପାଳ କାର୍ୟ୍ୟକାରୀ, ଲୋକାୟୁକ୍ତ ନିଯୁକ୍ତି, ଚାଷୀଙ୍କୁ ୫୦୦୦ ଟଙ୍କା ଭତ୍ତା ଏବଂ କୃଷି ଉତ୍ପାଦ ପାଇଁ ଅଧିକ ମୂଲ୍ୟ ଆଦି ପ୍ରସଙ୍ଗ ତାଙ୍କ ଦାବିରେ ଅନ୍ତର୍ଭୁକ୍ତ ହେବ ।