ଅଙ୍ଗନବାଡି କର୍ମଚାରୀଙ୍କ ଆନ୍ଦୋଳନ ସ୍ଥଗିତ: ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ପରେ ସ୍ଥଗିତ

2,955

କନକ ବ୍ୟୁରୋ: ଅଙ୍ଗନୱାଡ଼ି କର୍ମୀଙ୍କ ଆନ୍ଦୋଳନ ସ୍ଥଗିତ । ଭୁବନେଶ୍ୱରରେ ଚାଲିଥିବା ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖିଛି ସଂଘ । ଫେବୃୟାରୀ ଦ୍ୱିତୀୟ ସପ୍ତାହ ଯାଏଁ ଏହି ଆନ୍ଦୋଳନକୁ ସ୍ଥଗିତ ରଖାଯାଇଥିବା ବେଳେ ପରବର୍ତୀ ଆଲୋଚନା ପରେ ପୁଣି ନିଷ୍ପତି ନିଆଯିବ ବୋଲି ସୂଚନା ଦିଆଯାଇଛି । ଆଠ ଦଫା ଦାବି ନେଇ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା କରାଯାଇଥିଲା । ଏହି ଆଲୋଚନା ପରେ ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖିଛି ସଂଘ । ସ୍ଥାୟୀ କର୍ମଚାରୀ ମାନ୍ୟତା, ଦରମା ବୃଦ୍ଧି ଭଳି ବିଭିନ୍ନ ଦାବି ନେଇ ରାଜ୍ୟବ୍ୟାପି ଆନ୍ଦୋଳନ କରି ଆସୁଥିଲେ ଅଙ୍ଗନୱାଡ଼ି କର୍ମୀ । ଅଙ୍ଗନୱାଡ଼ି କର୍ମୀଙ୍କ ଆନ୍ଦୋଳନ ଯୋଗୁଁ ହତିଧିକାରୀମାନେ ସେବାରୁ ବଂଚିତ ହେଉଥିବା ଅଭିଯୋଗ ହୋଇଥିଲା ।