ପୁଣି ଚିନ୍ତାରେ ଚାଷୀ: ଅଣସ୍ୱୀକୃତି ପ୍ରାପ୍ତ ବିହନ ଯୋଗୁଁ ସହୁଛନ୍ତି କ୍ଷତି

116

କନକ ବ୍ୟୁରୋ: ଅଣସ୍ୱୀକୃତି ବିହନ ଭରସାରେ ରହିଛନ୍ତି ଚାଷୀ । ଚାଷୀଙ୍କୁ କିଭଳି ଉତମ ମାନର ବିହନ ମିଳିବ ଶତପ୍ରତିଶତ ଗଜା ହେବ ସେ ନେଇ ସରକାର ବିଭିନ୍ନ ଯୋଜନା କରିଛନ୍ତି । ଚାଷୀ ମାନଙ୍କୁ ରିହାତି ମୁଲ୍ୟରେ ବିହନ ଯୋଗାଇ ଦିଆଯିବ ସେପାଇଁ ଅନେକ ପଦକ୍ଷେପ ନେଉଛନ୍ତି । ହେଲେ ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ବିଭିନ୍ନ ସ୍ଥାନରେ ସ୍ୱୀକୃତ ବିହନ ପହଁଚି ପାରନି ବିଭିନ୍ନ ସ୍ଥାନରେ ଅଣ ସ୍ୱୀକୃତି ବିହନ ବିକ୍ରି ହେଉଥିବା ବେଳେ ତା ଭରଷାରେ ଚାଷୀ । ଅଧିକ ଲାଭବାନ ପାଇଁ ଚିକଣିଆ ଧାନ ପ୍ୟାକେଟ ଦେଖି ଅଧିକ ମୁଲ୍ୟରେ ଚାଷୀ ବିହନ ସଂଗ୍ରହ କରୁଛନ୍ତି । ହେଲେ ତାହା ଅଧାରୁ ଅଧିକ ଗଜା ଉଠୁ ନ ଥିବା ଅଭିଯୋଗ ହେଉଛି । ଅଣ ସ୍ୱୀକୃତି ପ୍ରାପ୍ତ ଧାନ ବସ୍ତାରେ ଟ୍ୟାଗ କିମ୍ବା ମୂଲ୍ୟ ଦର୍ଶାଯାଇନି । ଯାହାଫଳରେ ଚାଷୀ ଠକେଇର ଶୀକାର ହେବା ସହିତ ବିକ୍ରି ସମୟରେ କଟନି ଛଟନିର ଶିକାର ହୋଇ କ୍ଷତିଗ୍ରସ୍ଥ ହେଉଛି । ସେପଟେ ଅଣ ସ୍ୱୀକୃତି ପ୍ରାପ୍ତ ଧାନ ବିହନ ବିକ୍ରି କୁନେଇ ଚାଷୀ ତିବ୍ର ପ୍ରତିକ୍ରିୟା ରଖୁଥିବା ବେଳେ କୈାଣସି ପ୍ରକାର ଅଭିଯୋଗ ନଥିବା କହିଛନ୍ି କୃଷି ଅଧିକାରୀ । ଯଦି ଏହିଭଳି ଅଭିଯୋଗ ମିଳେ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ କହିଛନ୍ତି କୃଷି ଅଧିକାରୀ ।