କାଳବୈଶାଖୀର ତାଣ୍ଡବ ଲୀଳା: ଗଞ୍ଜାମ ବୁଗୁଡା ଚଢେଇଆ ପଲ୍ଳୀରେ ଗଛ ପଡି ମୁଖ୍ୟରାସ୍ତା ଅବରୋଧ

188

କନକ ବ୍ୟୁରୋ: କାଳବୈଶାଖୀର ତାଣ୍ଡବ ଲୀଳା । ଆଜି ଅପରାହ୍ନରେ ଗଂଜାମ ବୁଗୁଡା ଚଢେଇଆ ପଲ୍ଳୀରେ ଗଛ ପଡି ମୁଖ୍ୟରାସ୍ତା ଅବରୋଧ ହୋଇଯାଇଛି । ଅପରାହ୍ନରେ ପ୍ରବଳ ଝଡ ବର୍ଷା ହୋଇଥିବା ବେଳେ ବଡ ବଡ ଗଛ ସବୁ ଉପୁଡି ପଡିଛି । ବିଦ୍ୟୁତ ଖୁଂଟ ସବୁ ମଧ୍ୟ ଉପଡି ରାସ୍ତାରେ ପଡି ରହିଛି । ନେଇ ବିଦ୍ୟୁତ ସରବରାହ ବନ୍ଦ ରହିଛି । ସ୍ଥାନୀୟ ଲୋକଙ୍କ ସହ ଅଗ୍ନିଶମ ବାହିନୀ ପହଂଚି ରାସ୍ତା ଅବରୋଧ ହଟାଇବାରେ ଲାଗିଛନ୍ତି ।