ବାୟୁସେନାର ବିମାନ AN-୩୨ ନିଖୋଜ ! ଆସାମର ଜୋରହାଟରୁ ଭରିଥିଲା ଉଡାଣ, ବିମାନରେ ୮ଜଣ କ୍ରୁମେମ୍ବରଙ୍କ ସମେତ ୫ ଜଣ ଯାତ୍ରୀ ଥିବା ସୂଚନା ।

470

କନକ ବ୍ୟୁରୋ : ଭାରତୀୟ ବାୟୁସେନା ସହ ଯୋଡିହୋଇଥିବା ଏକ ବଡ ଖବର ବର୍ତ୍ତମାନ ସମୟରେ ସାମ୍ନାକୁ ଆସିଛି । ଭାରତୀୟ ବାୟୁସେନାର ବିମାନ AN-୩୨ ନିଖୋଜ ହୋଇଯାଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ବିମାନଟି ଆସାମର ଜୋରହାଟରୁ ଉଡାଣ ଭରିଥିଲା । ଆଜି ଦିନ ପ୍ରାୟ ୧୨ଟା ୨୫ ମିନିଟରେ ବିମାନଟି ଉଡାଣ ଭରିଥିବା ଜଣାପଡିଛି ।

ତେବେ ସବୁଠାରୁ ବଡ କଥା ହେଉଛି, ଦିନ ପ୍ରାୟ ୧ଟା ପରଠାରୁ ବିମାନ ସହ ସମ୍ପର୍କ ଛିନ୍ନ ହୋଇଛି । ବିମାନରେ ୮ ଜଣ କ୍ରୁମେମ୍ବରଙ୍କ ସହ ୫ ଜଣ ଯାତ୍ରୀ ରହିଥିବା ସୂଚନା ମିଳିଛି । ତେବେ ବର୍ତ୍ତମାନ ସମୟରେ ବିମାନକୁ ଖୋଜିବା ପ୍ରକ୍ରିୟା ଆରମ୍ଭ କରାଯାଇଛି । ତେବେ ସନ୍ଧାନ ସମ୍ପର୍କରେ ବାୟୁସେନା ପକ୍ଷରୁ ଏପର୍ଯ୍ୟନ୍ତ କିଛି ସ୍ପଷ୍ଟ ସୂଚନା ହସ୍ତଗତ ହୋଇନାହିଁ ।