କୋଣାର୍କ ମନ୍ଦିର ସ୍ଥିତି ପରଖିଲେ ଆମିକସ କ୍ୟୁରି। ମନ୍ଦିର ସ୍ଥିତିର କଲେ ସମୀକ୍ଷା।

62

କନକ ବ୍ୟୁରୋ: କୋଣାର୍କ ମନ୍ଦିରରେ ପହଞ୍ଚିଲେ ଆମିକସ୍ କ୍ୟୁରୀ । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସୂର୍ଯ୍ୟ ମନ୍ଦିର ସ୍ଥିତି ପରଖିବାକୁ ପହଞ୍ଚିଛନ୍ତି ଆମିକସ୍ କ୍ୟୁରୀ । ମନ୍ଦିର ଭିତରୁବାଲି କାଢିବା ପ୍ରସଙ୍ଗକୁ ନେଇ ମନ୍ଦିର ସ୍ଥିତି ପରଖିବାକୁ ଯାଇଛନ୍ତି । ଆମିକସ୍ କ୍ୟୁରୀଙ୍କ ସହ ଏଏସଆଇ ଦ୍ୱାରା ନିଯୁକ୍ତ ପରାମର୍ଶଦାତା କମିଟି ସଦସ୍ୟ ଏନ୍ ସି ପଲ୍ ଓ ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ମଧ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ବାଲି କଢା କାମ ତଦାରଖ କରିବାକୁ ପହଞ୍ଚିଛନ୍ତି । ସଭିଏଁ ବାଲିକାଢିବା ପ୍ରସଙ୍ଗକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି ।