ପୋଷ୍ଟ ଅଫିସରୁ ଟଙ୍କା ଲୁଟିନେଲେ ଖୋଦ୍ ପୋଷ୍ଟ ଅଫିସ୍ କର୍ମଚାରୀ। ଜାଲି କାଗଜପତ୍ରରେ ଜମାକାରୀଙ୍କ ଖାତାରୁ ୫୦ ହଜାରରୁ ଅଧିକ ଟଙ୍କା ଲୁଟ୍। 

107

କନକ ବ୍ୟୁରୋ: ପୋଷ୍ଟ ଅଫିସରୁ ଟଙ୍କା ଲୁଟ୍ । ଆକାଉଣ୍ଟଧାରୀଙ୍କ ଖାତାରୁ ଟଙ୍କା ଲୁଟିନେଲେ ପୋଷ୍ଟ ଅଫିସ୍ କର୍ମଚାରୀ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ରାଜଧାନୀରେ । ୨୦୨୦ ମସିହା ଜାନୁୟାରୀ  ୧ତାରିଖରେ ଆକାଉଣ୍ଟଧାରୀ କୃଷ୍ଣଚନ୍ଦ୍ର ପଟ୍ଟନାୟକ ପୋଷ୍ଟ ଅଫିସରେ ଲିଖିତ ଅଭିଯୋଗ କରିଥିଲେ । ତାଙ୍କ ଅଜାଣତରେ ତାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଯାଇ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଥିବା ଅଭିଯୋଗ ହୋଇଥିଲା । ଏହା ପରେ ପୋଷ୍ଟ ଅଫିସ ତରଫରୁ ଆରମ୍ଭ ହେଲା ତଦନ୍ତ । ତଦନ୍ତ ପରେ ପୋଷ୍ଟ ଅଫିସ କର୍ମଚାରୀଙ୍କ ହାତ ଥିବା ସ୍ପଷ୍ଟ ହୋଇଛି । ଡାକ ସହାୟକ ଜାକିର ହୁସେନ୍ ଖାନ୍ ଜାଲ କାଗଜପତ୍ର ଦେଖାଇ କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କ ଖାତାରୁ ୫୦ ହଜାରରୁ ଅଧିକ ଟଙ୍କା ଉଠାଇ ନେଇଥିବା ଜଣାପଡିଛି । ଘଟଣାକୁ ନେଇ ପୋଷ୍ଟ ଅଫିସ୍ କର୍ମଚାରୀ ଜାକିର ହୁସେନ୍ ଖାନ୍କୁ ଗିରଫ କରିଛି ପୋଲିସ ।