ରାଜ୍ୟରେ ପ୍ରବଳ ବର୍ଷା ! କେଉଁ ଦିନ କେଉଁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ?

486

କନକ ବ୍ୟୁରୋ : କାଲିଠୁ ପ୍ରବଳ ବର୍ଷା ସମ୍ଭାବନା । ପାଣିପାଗ ବିଭାଗ ପକ୍ଷରୁ ୨୦ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ସୁନ୍ଦରଗଡ, କଳାହାଣ୍ଡି, କନ୍ଧମାଳ, ଢେଙ୍କାନାଳ, ଝାରସୁଗୁଡା, ବରଗଡ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ୧୯ଅଗଷ୍ଟ ପାଇଁ ୧୭ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଜଗତସିଂହପୁର, କଟକ, କେନ୍ଦ୍ରାପଡା, ଭଦ୍ରକ, ଢେଙ୍କାନାଳ, ଅନୁଗୁଳ, ସମ୍ବଲପୁର, ବରଗଡ, ଦେବଗଡ, ଝାରସୁଗୁଡା, ସୁନ୍ଦରଗଡ, କଳାହାଣ୍ଡି । ସେହିପରି ୧୩ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା, ନୟାଗଡ, ରାୟଗଡା, ନୂଆପଡା, ନବରଙ୍ଗପୁର । କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ଆଶଙ୍କା ରହିଛି । ଅନ୍ୟପକ୍ଷରେ ୨୦ ଅଗଷ୍ଟରେ ୮ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ନୂଆପଡା, ବଲାଙ୍ଗୀର, ଝାରସୁଗୁଡା, ସୁନ୍ଦରଗଡ, ସମ୍ବଲପୁର, ବରଗଡ ।

ସେପଟେ, ରାଜ୍ୟରେ ଆହୁରି ୪ଦିନ ବନ୍ୟାସ୍ଥିତି ଲାଗି ରହିବ । ଆଗାମୀ ୨୪ ଘଣ୍ଟା ରାଜ୍ୟ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଗତକାଲି ବନ୍ୟା ଦ୍ୱାରା ମହାନଦୀ ସିଷ୍ଟମରେ ଗତକାଲି ୨ଟି ଘାଇ ହୋଇଥିଲା । ଆଜି ୨ଟି ଘାଇ ହୋଇଛି । ଏବେ ସୁଧା ରଜ୍ୟରେ ୪ଟି ଘାଇ ହୋଇଥିବା ସୂଚନା ଦେଇଛନ୍ତି ଏସଆରସି । ୨୦୧୧ ପରେ ରାଜ୍ୟରେ ଏଭଳି ବନ୍ୟା ହୋଇଛି । କିଛି ସମୟ ପରେ ଘଂଟାକୁ ୧୭ ହଜାର କ୍ୟୁସେକ୍ ପାଣି ମୁଣ୍ଡଳୀରୁ ଖସୁଛି । କିଛି ସମୟ ପରେ ଘଣ୍ଟାକୁ ୨୫ ହଜାର କ୍ୟୁସେକ ଖସିବ ।

ହୀରାକୁଦ ଡ୍ୟାମର ବନ୍ୟାଜଳ ମୁଣ୍ଡଳୀ ଠାରେ କାଲି ସକାଳେ ପହଞ୍ଚିବ । ପ୍ରାୟ ୯ ରୁ ୧୦ ଲକ୍ଷ କ୍ୟୁସେକ ପାଣି ପାସ କରିବ । କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ ବନ୍ୟାଦ୍ୱାରା ପ୍ରଭାବିତ ହୋଇଛି । ଜଗତସିଂହପୁର, ପୁରୀ ଜିଲ୍ଲା ସମ୍ପୁର୍ଣ୍ଣ ଭାବେ ପ୍ରଭାବିତ ହୋଇଛି । ଆସୁଥିବା ବର୍ଷାକୁ ଦୃଷ୍ଟିରେ ରଖି କେନ୍ଦୁଝର, ଭଦ୍ରକ, ଯାଜପୁରକୁ ସର୍ତକ ରହିବା ପାଇଁ କୁହାଯାଇଛି । କାରଣ ବ୍ରାହ୍ମଣୀ ଓ ବୈତରଣୀ ବେଲ୍ଟରେ ବର୍ଷା ହେବାର ଆକଳନ କରାଯାଉଛି । ସ୍ୱାସ୍ଥ୍ୟ ବିଭାଗ ସହିତ ଲଗାତାର ଭାବେ ଯୋଗାଯୋଗ ରହିଛି ।