ପୁଣି ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି: ଜାଣନ୍ତୁ, କେବେ ଯାଏଁ ବଢିଲା କେଉଁ ନମ୍ବର

217

କନକ ବ୍ୟୁରୋ: ପୁଣି ବଢିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଅବଧି । ନମ୍ବର ପ୍ଲେଟ ଅବଧି ବଢାଇଲା ରାଜ୍ୟ ପରିବହନ ବିଭାଗ । ୨୦୨୩ ଫେବ୍ରୁଆରୀ ଯାଏଁ ଅବଧି ବଢାଇଲେ ସରକାର । ଶେଷ ଅଙ୍କ ୧, ୨, ୩, ୪ ପାଇଁ ନଭେମ୍ବର ୩୦ ଶେଷ ତାରିଖ । ଶେଷ ଅଙ୍କ ୫, ୬ ପାଇଁ ଡିସେମ୍ବର ୩୧ ଶେଷ ତାରିଖ । ୭, ୮ ପାଇଁ ଜାନୁଆରୀ ୩୧ ଓବଂ ୯, ୦ ପାଇଁ ଫେବୃଆରୀ ୨୮ ଶେଷ ତାରିଖ ରଖାଯାଇଛି ।

ଦ୍ୱିତୀୟ ଥର ପାଇଁ ବଢିଲା ହାଇସିକ୍ୟୁରିଟି ନମ୍ବର ପ୍ଲେଟର ଅବଧି । ନମ୍ବର ପ୍ଲେଟ ଲଗାଇବାର ଅବଧି ବଢାଇଛି ରାଜ୍ୟ ପରିବହନ ବିଭାଗ । ୨୦୨୩ ଫେବ୍ରୁଆରୀ ଯାଏ ଅବଧି ବଢାଇଲେ ରାଜ୍ୟ ସରକାର । ରାଜ୍ୟରେ ଲାଗୁହୋଇଥିବା ଏଚଆରଏସପି ଅବଧିକୁ ରାଜ୍ୟ ସରକାର ପୁଣି ଥରେ ବଢାଇଛନ୍ତି । ଏହା ହେବା ଦ୍ୱାରା ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲଗାଇବା ଅବଧି ବୃଦ୍ଧି ପାଇଛି । ନିଜ ଗାଡିର ନମ୍ବର ପ୍ଲେଟର ଶେଷ ଅଙ୍କ ୧,୨,୩, ୪ ଥିଲେ ଆପଣଙ୍କ ପାଇଁ ନମ୍ବର ପ୍ଲେଟ ଲଗାଇବାର ଶେଷ ତାରିଖ ନଭେମ୍ବର ୩୦ । ଶେଷ ଅଙ୍କ ୫,୬ ଥିଲେ ଡିସେମ୍ବର ୩୧ ସୁଦ୍ଧା ହାଇସିକ୍ୟୁରିଟି ନମ୍ବର ଲଗାଇପାରିବେ । ନମ୍ବର ପ୍ଲେଟର ଶେଷ ଅଙ୍କ ୭ ଓ ୮ ଥିଲେ ଜାନୁୟାରୀ ୩୧ ସୁଦ୍ଧା ନୂଆ ନମ୍ବର ପ୍ଲେଟ ଲଗାଇପାରିବେ । ଏହା ବାଦ୍ ଶେଷ ଅଙ୍କ ୯ଏବଂ ୦ ଥିଲେ ଫେବ୍ରୁଆରୀ ୨୮ ତାରିଖ ସୁଦ୍ଧା ନମ୍ବର ପ୍ଲେଟ ଲଗାଇ ପାରିବେ ।

ଗାଡିର ମାଲିକଙ୍କ ସୁବିଧାକୁ ଆଖିରେ ରଖି ୨୦୧୯ ଏପ୍ରିଲ ୧ ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଯାନରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲାଗିବା ବାଧ୍ୟତାମୂଳକ ହୋଇଥିଲା । ପୂର୍ବରୁ ମଧ୍ୟ ଗୋଟିଏ ଥର ଏହି ଅବଧିକୁ ରାଜ୍ୟ ସରକାର ବୃଦ୍ଧି କରିଥିବା ବେଳେ ପୁଣି ଥରେ ଏହାକୁ ବଢାଇ ଦିଆଯାଇଛି । ସେପ୍ଟେମ୍ବର ୨୮ ତାରିଖ ସୁଦ୍ଧା ରାଜ୍ୟର ୧୧ ଲକ୍ଷ ୭୩ ହଜାର ୪୫୯ ଗାଡିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟକୁ ଲଗାଯାଇସାରିଛି । ସେହିଭଳି ୨୯ ଲକ୍ଷ ୫୯ ହଜାର ୫୪୪ ଗାଡିର ମାଲିକ ଏହି ନମ୍ବର ପ୍ଲେଟ ଲଗାଇବାକୁ ଆବେଦନ କରିଛନ୍ତି । ପୂର୍ବରୁ ଅକ୍ଟୋବର ୩୧ ଯାଏ ହାଇସିକ୍ୟୁରିଟି ନମ୍ବର ପ୍ଲେଟର ଅବଧି ବଢିଥିଲା । ପୂର୍ବରୁ ଏହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । ଏହା ପରେ ହାଇକୋର୍ଟରେ ମାମଲା ରୁଜୁ ପରେ ସରକାର କୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୩୧ ତାରିଖରେ ହେବ ।