ଜନଧନ ଆକାଉଂଟଧାରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ : ଖାତାରୁ ଉଠାଅ ନାହିଁ ଜମା ଅର୍ଥ

54

କନକ ବ୍ୟୁରୋ : ଜନଧନ ଆକାଉଂଟରେ ଜମା ହୋଇଥିବା କଳାଧନ ଗରିବ ଲୋକଙ୍କର ହୋଇଯିବ ।ଏହି ଟଙ୍କା କିଭଳି ଗରିବ ଲୋକ ପାଇବେ ସେ ନେଇ ସରକାର ଉଦ୍ୟମ କରୁଥିବା ମୋଦି କହିଛନ୍ତି । ଉତରପ୍ରଦେଶର ମୁରାଦାବାଦ ବିିଜେପିର ପରିବର୍ତନ ରାଲିକୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ଏଭଳି ଏକ ବଡ଼ ବୟାନ ଦେଇଛନ୍ତି ।

ମୋଦି କହିଛନ୍ତି ଗରିବ ଲୋକଙ୍କ ଜନଧନ ଆକାଉଂଟରେ ଜମା ରଖିଥିବା କଳାଟଙ୍କାର ସୌଦାଗରଙ୍କୁ ଛଡ଼ା ଯିବନି । ତାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ । ସେହିପରି ଜନଧନ ଆକାଉଂଟଧାରୀଙ୍କୁ ଟଙ୍କା ନଉଠାଇବା ପାଇଁ ମୋଦି ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଯଦି ସେମାନଙ୍କୁ ଟଙ୍କା ଉଠାଇବା ପାଇଁ ବାଧ୍ୟ କରାଯାଉଛି । ତାହେଲେ ଏନେଇ ତାଙ୍କୁ ଅବଗତ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।