କୋରାପୁଟ ପଦୁଗୁଡାରେ ପହଞ୍ଚିଲା ପ୍ରଶାସନ : ଅଭିନୟ ମାଧ୍ୟମରେ କୁନିଝିଅର ଅଭିଯୋଗ ପରେ ଗାଁର ସ୍ଥିତି ପରଖିଲେ ବିଡିଓ

970

କନକ ବ୍ୟୁରୋ : କୋରାପୁଟ ପଦୁଗୁଡାରେ ପହଞ୍ଚିଲା ପ୍ରଶାସନ । ଅଭିନୟ ମାଧ୍ୟମରେ କୁନିଝିଅର ଅଭିଯୋଗ ପରେ ଗାଁର ସ୍ଥିତି ପରଖିଛନ୍ତି ବିଡିଓ । ସମସ୍ୟା ସମାଧାନ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଦଶମନ୍ତପୁର ବ୍ଲକ୍ ପଦଗୁଡା ଗାଁରେ ସମସ୍ୟା ଖୁନ୍ଦିହୋଇ ରହିଛି। ଗାଁରେ ୬୬ରୁ ଅଧିକ ଆଦିବାସୀ ପରିବାର ରହୁଛନ୍ତି । କିନ୍ତୁ ଯାତାୟାତ ପାଇଁ ନିତିଦିନିଆ ରାସ୍ତା ନାହିଁ । ଲୁଲା ପଞ୍ଚାୟତରୁ ଏହି ଗାଁକୁ ଯିବାକୁ ହେଲେ ୩ କିଲୋମିଟର ପାହାଡିଆ ରାସ୍ତା ଅତିକ୍ରମ କରିବାକୁ ପଡ଼ୁଛି। ବିଶୁଦ୍ଧ ପାଣି ପାଇଁ ଗାଁରେ କୂଅ, ନଳକୂପ ନଥିବାରୁ ଗ୍ରାମବାସୀ ଚୁଆ ପାଣିରେ ଶୋଷ ମେଣ୍ଟାଉଛନ୍ତି । ସ୍ବାସ୍ଥ୍ୟସେବା ପାଇଁ ଡାକ୍ତରଖାନା ନାହିଁ ।

ଅସୁସ୍ଥ ହେଲେ କିମ୍ବା ଗର୍ଭବତୀଙ୍କୁ ଦୋଳାରେ ଆଣିବାକୁ ପଡୁଛି । ଗ୍ରାମରେ ବିଦ୍ୟୁତ୍ ଓ ମୋବାଇଲ୍ ସେବା ମଧ୍ୟ ଉପଲବ୍ଧ ନାହିଁ। ପ୍ରାକ୍ ପ୍ରାଥମିକ ଶିକ୍ଷା ପାଇଁ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର କିମ୍ବା ବିଦ୍ୟାଳୟ ମଧ୍ୟ ନାହିଁ। ଗ୍ରାମାଞ୍ଚଳର ବିକାଶ ପାଇଁ ବିଡିଓ, ଜିଲ୍ଲାପାଳ ଘୂରି ବୁଲୁଥିଲେ ସୁଦ୍ଧା ଆମ ଦୁଃଖ ଦୂର ହେଉନି। ବିକାଶ ପାଇଁ ପ୍ରତିଶ୍ରୁତି ଦେଲେ ତୁମର ଧର୍ମ ହେବ ବୋଲି ମନ୍ତ୍ରୀଙ୍କୁ କୁନି ଛାତ୍ରୀ ଜଣକ ନିବେଦନ କରିଛନ୍ତି ।