ରାତି ହେଲେ ଜମୁଛି ଖଣ୍ଡଗିରି ଯାତ୍ରା ମଞ୍ଚ : ଡ୍ୟାନ୍ସ କରି ଚର୍ଚ୍ଚାରେ ଭିନ୍ନକ୍ଷମ ହରିହର ଦେଓ

178

କନକ ବ୍ୟୁରୋ : ଜମୁଛି ଖଣ୍ଡଗିରି ଯାତ୍ରା ପେଣ୍ଡାଲ । ଯାତ୍ରା ମଞ୍ଚରୁ ଦିଆଯାଉଛି ବାର୍ତ୍ତା । ଡ୍ୟାନ୍ସ କରି ଚର୍ଚ୍ଚାରେ ଭିନ୍ନକ୍ଷମ ହରିହର ଦେଓ । ଯାତ୍ରା ପାର୍ଟି ରଙ୍ଗମହଲ ମଞ୍ଚରେ ନୃତ୍ୟ ପରିବେଶଷ କରି ଏବେ ଚର୍ଚ୍ଚାକୁ ଆସିଛନ୍ତି ଏହି ଭିନ୍ନକ୍ଷମ ଯୁବକ । ହରିହର ଜନ୍ମରୁ ଭିନ୍ନକ୍ଷମ ହୋଇଥିଲେ ବି ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ତାଙ୍କର ନାଁ ଅଛି । ଗତକାଲି ଯାତ୍ରାରେ ସେ ଗାଇଥିବା ଜଗନ୍ନାଥଙ୍କ ଭଜନ ବହୁ ଦର୍ଶକଙ୍କ ଆଖିରେ ଲୁହ ଆଣିଦେଇଥିଲା ।

ତେବେ ସେ ନିଜକୁ କେବେବି ଭିନ୍ନକ୍ଷମ ମନେକରୁନଥିବା କହିବା ସହ ସଫଳତା ପାଇଁ ଜୀବନରେ କରିଥିବା ସଂଗ୍ରାମ ବଖାଣିଛନ୍ତି ହରିହର । ଏପଟେ ପୁରୁଣା ହୀନ୍ଦି ଗିତକୁ ସମ୍ବଲପୁରୀ ଭାଷାରେ ଗାଇଛନ୍ତି କଣ୍ଠଶୀଳ୍ପୀ ଇପ୍ସିତା ପଣ୍ଡା । ଏଥିସହ ମଞ୍ଚରେ ଦେଖିବାକୁ ମିଳିଥିଲା କେଜିଏଫ୍ କ୍ରେଜ୍ । ୧୨ରୁ ଅଧିକ କଳାକାର କେଜିଏଫ୍ ଫିଲ୍ମର ଷ୍ଟଣ୍ଡ ସହ ପୁରା ଥିମ ଦର୍ଶାଯାଇଥିଲା ।