କଟକ ବଡ଼ ମେଡ଼ିକାଲରେ ଏକକାଳୀନ ୪ ଜଣ ଶିଶୁଙ୍କୁ ଜନ୍ମଦେଲେ ଗର୍ଭବତୀ ମହିଳା : ଜଣେ ଶିଶୁ ମୃତ, ୩ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର

171

କନକ ବ୍ୟୁରୋ : କଟକ ବଡ଼ ମେଡ଼ିକାଲରେ ଜଣେ ଗର୍ଭବତୀ ମହିଳାଙ୍କର ଏକକାଳୀନ ୪ଟି ଶିଶୁ ଜନ୍ମ ନେଇଛନ୍ତି । ତେବେ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଶିଶୁଙ୍କ ଅବସ୍ଥା ଗୁରୁତର ରହିଛି । କଟକ ଶିଶୁଭବନର ଏସଏନସିୟୁରେ ଶନିବାର ୪ ଜଣ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା । ଗତକାଲି ଏଥିରୁ ଜଣେ ଶିଶୁଙ୍କ ମୃତ୍ୟୁ ହୋଇଛି । ଏବେ ଶିଶୁ ଓ ମା’ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଶିଶୁଭବନ କର୍ତ୍ତୃପକ୍ଷଙ୍କ ନଜର ରହିଛି ।

ସୂଚନା ଅନୁସାରେ, ଭଞ୍ଜନଗର ଡିହପଡ଼ାର ବୀରେନ୍ଦ୍ର ନାୟକଙ୍କ ପତ୍ନୀ ଛବିତାଙ୍କୁ ବୁଧବାର କଟକ ବଡ଼ ମେଡ଼ିକାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରାଯାଇଥିଲା । ଶନିବାର ସେ ୪ଜଣ ଶିଶୁଙ୍କୁ ଜନ୍ମ ଦେଇଥିଲେ । ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାର ସମସ୍ତଙ୍କୁ ଶିଶୁ ଭବନରେ ଭର୍ତ୍ତି କରାଯାଇଥିଲା ।