ଅରାଧ୍ୟାଙ୍କ ପାଠପଢ଼ା ନେଇ ନୀଳ ନୟନାଙ୍କ ଦାୟିତ୍ୱବୋଧ ଉପରେ ଉଠିଲା ପ୍ରଶ୍ନ ! ବିରକ୍ତ ହେଲେ ଅଭିଷେକ ବଚ୍ଚନ, ଦେଲେ କଡ଼ା ଜବାବ୍
ସୋସିଆଲ ମିଡ଼ିଆରେ ସେଲିବ୍ରିଟିଙ୍କୁ ଟ୍ରୋନ କରିବା ଆଜିକାଲି ଖୁବ୍ ସାଧାରଣ କଥା ହୋଇଗଲାଣି । ନିକଟରେ ଏପରି କିଛି ହୋଇଛି ଜୁନିୟର ବଚ୍ଚନଙ୍କ ସହ । କିନ୍ତୁ ଉଚିତ୍ ଜବାବ ଦେଇ ଟ୍ରୋଲରଙ୍କ ମୁହଁ ବନ୍ଦ କରିଦେଇଛନ୍ତି ଅଭିଷେକ ବଚ୍ଚନ । ବି-ଟାଉନର ନୀଳ ନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଝିଅ ଆରାଧ୍ୟାଙ୍କ ସହ ମାଙ୍ଗାଲୋରରେ ଏକ ବିବାହ ଉତ୍ସବରେ ଉପସ୍ଥିତ ଥିଲେ । ଯାହା ଐଶଙ୍କ ସଂପର୍କୀୟ ଭାଇର ବିବାହ ଉତ୍ସବ ଥିଲା । ସୋସିଆଲ ସାଇଟରେ ଜନୈକ ପ୍ରଶଂସକ ଐଶ ଓ ଆରାଧ୍ୟାଙ୍କ ଫୋଟକୁ ଅପଲୋଡ କରିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଫଟୋଟିରେ ମୁମ୍ବାଇର ଏକ ମହିଳା ଉଲ୍ଲେଖ କରିଥିଲେ, ସିନେ ତାରକାମାନେ ତାଙ୍କ ପିଲାଙ୍କ ପାଠପଢାକୁ ନେଇ କେତେ ଯତ୍ନବାନ ? ଆରାଧ୍ୟା ସବୁବେଳେ ମା’ ଐଶଙ୍କ ସହ ବୁଲୁଛନ୍ତି । ତେବେ ବିଦ୍ୟାଳୟ ନଯାଇ ସେ କ’ଣ କେବଳ ଉତ୍ସବରେ ସାମିଲ ହେଉଛନ୍ତି ? ମହିଳାଙ୍କ ଏଭଳି ମନ୍ତବ୍ୟରେ ଅଭିଷେକ ବଚ୍ଚନ ଖୁବ ବିରକ୍ତି ପ୍ରକାଶ କରିଥିଲେ । ତୁରନ୍ତ ଉତ୍ତର ଦେଇଥିଲେ ଯେ ମ୍ୟାଡାମ ଆପଣ ବୋଧହୁଏ ଭୁଲିଯାଉଛନ୍ତି ଯେ ସପ୍ତାହାର ଶନିବାର-ରବିବାର ବିଦ୍ୟାଳୟ ଛୁଟି ରହେ । ଆରାଧ୍ୟାର ପାଠପଢାକୁ ନେଇ ଐଶ ଖୁବ ଯତ୍ନବାନ । ବଚ୍ଚନ ପରିବାର ଐଶଙ୍କ ସପକ୍ଷରେ ଛିଡା ହୋଇ ବିଗ୍ ବି ଅଭିତାଭ ବଚ୍ଚନ କହିଛନ୍ତି, ଆରାଧ୍ୟାର ବିଦ୍ୟାୟଳ ଛୁଟି ହେଲେ ହିଁ ଐଶ୍ୱର୍ଯ୍ୟା କେଉଁଠାକୁ ଯିବାକୁ ସ୍ଥିର କରନ୍ତି । ଏଣୁ ପରିସ୍ଥିତିକୁ ନ ବୁଝି ଏଭଳି ମନ୍ତବ୍ୟ ନ ଦେବାକୁ ବିଗ୍ ବି ପ୍ରଶଂସକଙ୍କୁ ଅନୁରୋଧ କରିଛନ୍ତି ।