ଦୁର୍ଘଟଣା ବଢାଉଛନ୍ତି ବୁଲା କୁକୁର ! ରାସ୍ତାରେ ଯାଉଥିବା ଗାଡି ଓ ଲୋକଙ୍କୁ ଭୟଭୀତ କରୁଛନ୍ତି, ଗୋଡାଉଛନ୍ତି

ବୁଲା କୁକୁରଙ୍କ କବ୍‌ଜାରେ ରାଜପଥ

155
କନକ ବ୍ୟୁରୋ : ୧୬ ନମ୍ବର ଜାତୀୟ ରାଜପଥ ଏବଂ ନୂଆ ଜଗନ୍ନାଥ ସଡକର ବିଭିନ୍ନ ଛକ ସମେତ ଗାଁ ଗହଳି ରାସ୍ତା ଏବଂ ବଜାର ଛକଗୁଡ଼ିକୁ ବୁଲା କୁକୁରମାନେ କବଜା କରି ନେଇଛନ୍ତି। ବେଳକୁ ବେଳ ଏହି ବୁଲା କୁକୁରଙ୍କ ଦୈାରାତ୍ମ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏମାନଙ୍କ ପାଇଁ ଦୈନିକ ଛୋଟବଡ ଦୁର୍ଘଟଣା ମାନ ଘଟୁଥିବାରୁ ସାଧାରଣରେ ଏହାକୁ ନେଇ ଲୋକେ ଚିନ୍ତାରେ ପଡିଯାଇଛନ୍ତି।
Source : HD Image galleries

୧୬ନମ୍ବର ଜାତୀୟ ରାଜପଥର ମଳିପଡା, ଗୋଡିପଡା, ମୋଟା, ରାମେଶ୍ବର, ଜଙ୍କିଆ, ରତାମାଟି , ବଡପୋଖରିଆ, ଆଦି ଛକ ସମେତ ନୂଆ ଜଗନ୍ନାଥ ସଡକର ରାମେଶ୍ବର ଗାଁ ଛକ, ପାଦୁକାଇ ଛକ, ନିରାକାରପୁର ଥାନା ସମ୍ମୁଖ, କଲେଜ ଛକ, ମେଡିକାଲ ଛକ, ମଙ୍ଗଳାବଜାର, ବଡବଜାର ସମେତ ପାଣ୍ତବପାଟଣା ଛକ, ଷ୍ଟେସନବାଜର ଆଦି ଗଳିକନ୍ଦିରେ ମାଳମାଳ ବୁଲାକୁକୁର ସବୁ ବେଳେ ମଝିରାସ୍ତାରେ ଆଡ୍ଡା ଜମାଉଥିବା ଦେଖିବାକୁ ମିଳୁଛି।

source : DNA India

ତେବେ ବୁଲାକୁକୁରଙ୍କ ରାସ୍ତାରୁ ହଟାଇବା ପାଇଁ ପ୍ରଶାସନ ପକ୍ଷରୁ ଅନେକ ଯୋଜନା କରାଯାଉ ଥିଲେ ମଧ୍ୟ ତାହାର କୌଣସି ସୁଫଳ ମିଳୁନଥିବା ଦେଖାଯାଉଛି । ଯାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି । କେବଳ ଅସନ୍ତୋଷ ହେଉଛି ତାହା ନୁହେଁ ବରଂ ବାରମ୍ବାର ରାସ୍ତାରେ ଦୁର୍ଘଟଣା ହେଉଥିବା କାରଣରୁ ଜନଜୀବନ କ୍ଷତି ହେଉଛି ବୋଲି ଅଭିଯୋଗ ମଧ୍ୟ ହେଉଛି ।