ଆବାସ ଯୋଜନା ନେଇ ହିତାଧିକାରୀଙ୍କ ଅବଶୋଷ। ତାଲିକାରେ ଅଛି ଅଯୋଗ୍ୟ ହିତାଧିକାରୀଙ୍କ ନାଁ।

153

କନକ ବ୍ୟୁରୋ: ଆବାସ ଯୋଜନା ନେଇ ଲୋକଙ୍କ ଅବଶୋଷ । ଧନୀକୁ ମିଳୁଛି ଘର ହେଲେ ଗରିବକୁ ନାହିଁ । ଭଙ୍ଗା ରୁଜା ଘରେ ଜରିଟଣା ଘରେ ରହି ଦହଗଞ୍ଜ ହେଉଛି ଗରିବଟିଏ । ସରକାରଙ୍କ ପକ୍ଷରୁ ଆବାସ ଯୋଜନା ଥାଇ ବି ଲୋକେ ବାସହରା । ଏନେଇ ବିଭିନ୍ନ ସ୍ଥାନରେ ତେଜୁଛି ଅସନ୍ତୋଷ । ଘର ଖଣ୍ଡିଏ ପାଇବାକୁ ଅସ୍ତରଙ୍ଗର ବହୁ ହିତାଧିକାରୀ ଚାହିଁ ବସିଥିଲେ । ହେଲେ ତାଲିକାରେ ସେମାନଙ୍କ ନାଁ ନାହିଁ । ଅଯୋଗ୍ୟ ହିତାଧିକାରୀଙ୍କ ନାଁ ଅଛି ଆଉ ବାଦ୍ ପଡିଛନ୍ତି ଯୋଗ୍ୟ । ଗାଁର ବହୁ ଅସହାୟ ରହିଛନ୍ତି । ସେମାନଙ୍କ ନାଁ ଅଛି ଘର ନା ପରିବାର । କିଛି ଲୋକ ମଜୁରୀ ଲାଗିଲେ ଘରେ ତାଙ୍କର ଚୂଲି ଜଳୁଛି । ଗାଁର ଆଉ କିଛି ଲୋକ ବି ରହିଛନ୍ତି ଫନି ବାତ୍ୟାରେ ଘରଦ୍ୱାର ସବୁ ହରାଇଛନ୍ତି ।

ଏବେ ଜରିପାଲ ଟାଣି ରହୁଥିବା ବେଳେ ଘର ଘର ବୁଲି ଭିକ୍ଷା ମାଗି ଚଳୁଛନ୍ତି । କିଛି ଲୋକ ଏପର୍ଯ୍ୟନ୍ତ ଗାଁ ଅଙ୍ଗନୱାଡି ଘରେ ଆଶ୍ରୟ ନେଇଛନ୍ତି । ସମସ୍ତଙ୍କ ମନରେ ସେହି ଗୋଟିଏ ଆଶା । ଘର ତାଲିକାରେ ତାଙ୍କ ନାଁ ଆସିବ । ହେଲେ ତାଲିକା ବାହାରିଲା ସତ କିନ୍ତୁ ସେଥିରେ ରହିଛି ଅଯୋଗ୍ୟ ହିତାଧିକାରୀଙ୍କ ନାଁ । ଯାହା ନିରାଶ କରିଛି ଏହି ବାସହାରା ମାନଙ୍କୁ । କେବେ ସରକାର ତାଙ୍କ ଗୁହାରୀ ଶୁଣିବେ ଆଉ କେବେ ଆବାସ ଯୋଜନାରେ ତାଙ୍କୁ ଘର ଖଣ୍ଡିଏ ମିଳିବ ସେ ନେଇ ଅପେକ୍ଷାରେ ରହିଛନ୍ତି ।