ହାର୍ଡକୋର ମାଓନେତାଙ୍କ ସୂଚନା ଦେଲେ ମିଳିବ ପୁରସ୍କାର। ପୁଲିସ ଲଗାଇଲା ପୋଷ୍ଟର।

82

କନକ ବ୍ୟୁରୋ: ହାର୍ଡକୋର ମାଓନେତାଙ୍କ ନାଁରେ ସୂଚନା । ଧରାଇଦେଲେ ମିଳିବ ପୁରସ୍କାର । ଏନେଇ ପୁଲିସ ପକ୍ଷରୁ ଲାଗିଛି ପୋଷ୍ଟର । କୋରାପୁଟ ବସଷ୍ଟାଣ୍ଡରେ ଏନଆଇଏ କୋଲକାତାର ସୁପରିନଟେଣ୍ଡଣ୍ଟ ଅଫ୍ ପୁଲିସ ପକ୍ଷରୁ ଏହି ପୋଷ୍ଟର ଲଗାଯାଇଛି । ଏଥିରେ ହାର୍ଡକୋର୍ ତଥା କୁଖ୍ୟାତ ମାଓନେତାଙ୍କ ସମ୍ପର୍କରେ ସୂଚନା ଦିଆଯାଇଛି । ସେମାନଙ୍କୁ ଧରାଇଦେଲେ ନଗଦ ଅର୍ଥ ରାଶିର ପୁରସ୍କାର ଦିଆଯିବ । ଚାରିଜଣ ମାଓନେତାଙ୍କ ପୋଷ୍ଟର ଲାଗିଥିବା ବେଳେ ସେମାନେ ଓଡିଶା ଓ ଆନ୍ଧ୍ର ଅଂଚଳରେ ରହିଛନ୍ତି । ଜଳୁମାରି ଶ୍ରିନୁ ବାବୁ, ଖିଲୋ ରଞ୍ଜୁ, ଗଜରଲା ରବି ଓ ମେତୁରୁ ଜଗା ରାଓ ହେଉଛନ୍ତି ସେହି ୪ଜଣ ମାଓ ଲିଡର । ତେବେ ସୂଚନାଦାତାଙ୍କ ତଥ୍ୟ ସମ୍ୂର୍ଣ୍ଣ ଗୋପନ ରଖାଯିବା ନେଇ ଏନଆଇଏ ପକ୍ଷରୁ କୁହାଯାଇଛି ।

ଏନଆଇଏ ଦିଲ୍ଲୀରେ ଏମାନଙ୍କ ନାମରେ ମାମଲା ରହିଛି । ୨୦୧୨ରେ ଜଣେ ବିଏସଏଫ ଅଧିକାରୀଙ୍କୁ ହତ୍ୟା ଅଭିଯୋଗ ହୋଇଥିଲା । ଜଣଙ୍କ ନାଁରେ ୫ ଲକ୍ଷ ଟଙ୍କା, ଖିଲୋ ରଞ୍ଜୁଙ୍କ ନାମରେ ୩ ଲକ୍ଷ ଟଙ୍କା, ଗଜରଲା ରବିଙ୍କ ନାଁରେ ୧୦ ଲକ୍ଷ ଟଙ୍କା ଓ ମେତୁରୁ ଜଗା ରାଓ ନାଁରେ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଛି । ଏନଆଇଏ ପକ୍ଷରୁ ରୁଜୁ ଏକ ମାମଲାକୁ ନେଇ ଅଭିଯୁକ୍ତ ମାଓବାଦୀ ମାନଙ୍କ ସଂପର୍କରେ ତଥ୍ୟ ସଂଗ୍ରହ ପାଇଁ ଏକ ଟିମ୍ କୋରାପୁଟ ଆସିଛି । ସେମାନେ କୋରାପୁଟ ବସଷ୍ଟାଣ୍ଡରେ ଏନେଇ ପୋଷ୍ଟର ଲଗାଇବା ସମେତ ଅନ୍ୟ ସ୍ଥାନ ଗୁଡିକ ରେ ଲଗାଇବାକୁ ଯାଇଛନ୍ତି ।