ଆପ୍ ବିଧାୟକ ସୋମନାଥ ଭାରତୀଙ୍କ ଦାବି: ‘ମୋତେ ହନିଟ୍ରାପରେ ଫଶାଇବାକୁ ଚେଷ୍ଟା ହେଉଛି’

98

କନକ ବ୍ୟୁରୋ: ଆପ ବିଧାୟକ ସୋମନାଥ ଭାରତୀଙ୍କ ବଡ ଦାବି, ଯାହା ଏବେ ଦିଲ୍ଲୀ ରାଜନୀତିରେ ହଇଚଇ ସୃଷ୍ଟି କରିଛି । ତାଙ୍କୁ ବାରମ୍ବାର ହନିଟ୍ରାପରେ ଫଶାଇ କରାଯାଇ ଦଳରୁ ଦୂରେଇନେବାକୁ ଚେଷ୍ଟା କରାଯାଉଛି । ତେଣୁ ଏହି ଘଟଣାର ଯଥାଶୀଘ୍ର ତଦନ୍ତ କରାଯାଇ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦିଲ୍ଲୀ ପୋଲିସରେ ମାମଲା ଦାଏର କରିଛନ୍ତି ।ଏଥିପାଇଁ ସେ ପରୋକ୍ଷ ଭାବେ ବିଜେପିକୁ ଦାୟୀ କରିଛନ୍ତି । ପ୍ରଥମେ ୨୦ କୋଟି ଟଙ୍କାର ଲୋଭ, ତାପରେ ସିବିଆଇ ଓ ଇଡିର ଧମକ ଆଉ ଯେତେବେଳେ ଏସବୁ ଫେଲ ମାରିଲା ଏବେ ତାଙ୍କୁ ହନି ଟ୍ରାପରେ ଫଶାଇବାକୁ ଚେଷ୍ଟା କରାଯାଉଛି । ଦୁଇଥର ତାଙ୍କୁ ହନିଟ୍ରାପରେ ଫଶାଇବାକୁ ଚେଷ୍ଟା କରାଗଲାଣି । ତେଣୁ ବିଜେପିକୁ ସେ ଏଥିପାଇଁ ଦାୟୀ କରିବା ସହ ଏହି ଘଟଣାର ତଦନ୍ତ କରିବାକୁ ସେ ପୋଲିସରେ ମାମଲା ଦାଏର କରିଛନ୍ତି । ଏନେଇ ସେ ଟ୍ୱିଟ୍ ମଧ୍ୟ କରିଛନ୍ତି ।