ବେଙ୍ଗାଲୁର କୋର୍ଟଙ୍କ ବଡ ନିର୍ଦ୍ଦେଶ: କଂଗ୍ରେସ ଏବଂ ଭାରତ ଯୋଡ ଯାତ୍ରାର ଟ୍ୱିଟର ହ୍ୟାଣ୍ଡଲ ଉପରେ ଲାଗିଲା ସାମୟିକ ପ୍ରତିବନ୍ଧକ

267

କନକ ବ୍ୟୁରୋ: କର୍ଣ୍ଣାଟକ ବେଙ୍ଗାଲୁରୁ କୋର୍ଟଙ୍କ ବଡ ନିର୍ଦ୍ଦେଶ । କଂଗ୍ରେସକୁ କୋର୍ଟ ପକ୍ଷରୁ ବଡ ଝଟକା ମିଳିଛି । କଂଗ୍ରେସ ଓ ଭାରତ ଯୋଡ ଯାତ୍ରାରେ ଟ୍ୱିଟର ହ୍ୟାଣ୍ଡଲ ଉପରେ ସାମୟିକ ରୋକ ଲଗାଇଛନ୍ତି କୋର୍ଟ । କପିରାଇଟ ଆକ୍ଟ ଅନୁସାରେ କୋର୍ଟ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଭାରତ ଯୋଡ ଯାତ୍ରାରେ ମାର୍କେଟିଂ ଭିଡିଓରେ ବ୍ୟବହାର କରାଯାଇଥିବା ଏକ ଗୀତକୁ ନେଇ ବିବାଦ ଦେଖାଦେଇଥିଲା । କେଜିଏଫ ଫିଲ୍ମର ନିର୍ମାତା ଅଭିଯୋଗ କରିଛନ୍ତି , ଏହି ଭିଡିଓରେ ଫିଲ୍ମର ଗୀତକୁ ବ୍ୟବହାର କରାଯାଇଛି । ଆବେଦନୀକାରୀ କୋର୍ଟରେ ଏକ ସିଡି ମାଧ୍ୟମରେ କହିଛନ୍ତି, ସାମାନ୍ୟ ପରିବର୍ତନ କରାଯାଇ କେଜିଏଫର ଗୀତକୁ ଭିଡିଓରେ ବ୍ୟବହାର କରାଯାଇଛି । ସେହିଭଳି ଟ୍ୱିଟର ହ୍ୟାଣ୍ଡଲରୁ ଗୀତଗୁଡିକୁ ହଟାଇବାକୁ ବି ନିର୍ଦ୍ଦେଶ ଦିଆଯାଇଛି ।