ଠାକୁରଙ୍କୁ ବି ଡରିଲେନି । ମନ୍ଦିରରେ ପଶି ସୁନା, ରୂପା ଅଳଙ୍କାର ଲୁଟିଲେ ଲୁଟେରା ।

97

କନକ ବ୍ୟୁରୋ: ଠାକୁରଙ୍କୁ ବି ଡରିଲେନି । ବିଳମ୍ବିତ ରାତିରେ ମନ୍ଦିରର ପଶି ଲୁଟିନେଲେ ଟଙ୍କା ସୁନା । ମନ୍ଦିରର ତାଲା ଭାଙ୍ଗି ଠାକୁରଙ୍କ ସୁନା ଓ ରୂପା ଅଳଙ୍କାର ସମେତ ଦୁଇଟି ଦାନ ବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଲୁଟେରା । କୋଣାର୍କ ପୋଇତରାରେ ଥିବା ବାବା ନୀଳକଣ୍ଠେଶ୍ୱର ଶିବ ମନ୍ଦିରରୁ ଗତକାଲି ରାତିରେ ଏଭଳି ଲୁଟ୍ ହୋଇଛି । ଅଭିଯୋଗ ପରେ ଗୋପ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।