ରିଜର୍ଭବ୍ୟାଙ୍କ ଗଭର୍ଣ୍ଣରଙ୍କ ବଡ ସୂଚନା, ବ୍ୟାଙ୍କକୁ ଫେରିଲାଣି ୧.୮ଲକ୍ଷ କୋଟି ଟଙ୍କାର ଦୁଇହଜାର ଟଙ୍କିଆ ନୋଟ୍

429

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି କି, ଏପର୍ଯ୍ୟନ୍ତ ବିଭିନ୍ନ ବ୍ୟାଙ୍କକୁ ୧.୮ଲକ୍ଷ କୋଟି ମୂଲ୍ୟର ୨ ହଜାର ଟଙ୍କିଆ ନୋଟ ଫେରସ୍ତ ଆସିଛି । ଏହାସହ ସେ କହିଛନ୍ତି କି ୨୦୨୩ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଯେତିକି ୨ ହଜାର ଟଙ୍କିଆ ନୋଟ୍ ସର୍କୁଲେସନରେ ଥିଲା ତାହାର ଅଧା ଏପର୍ଯ୍ୟନ୍ତ ବ୍ୟାଙ୍କକୁ ଫେରିଛି । ଏହାସହ ୮୫ ପ୍ରତିଶତ ୨୦୦୦ ଟଙ୍କିଆ ନୋଟ ସିଧା ସଳଖ ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଛି ।

ଶକ୍ତିକାନ୍ତ ଦାସ ଏହା ବି କହିଛନ୍ତି କି ଏବେ ୫୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରିବାର କୌଣସି ଯୋଜନା ନାହିଁ । ଏହାସହ ପୁଣିଥରେ ୧୦୦୦ ଟଙ୍କିଆ ନୋଟ ପ୍ରଚଳନ କରିବାର କୌଣସି ଯୋଜନା ନଥିବା କଥା ମଧ୍ୟ ସେ କହିଛନ୍ତି ।

ସୂଚନା ଥାଉକି ଭାରତୀୟ ରିଜର୍ଭ ବ୍ୟାଙ୍କ ତରଫରୁ ମେ’ମାସ ୧୯ ତାରିଖରେ ୨୦୦୦ ଟଙ୍କିଆ ନୋଟ ପ୍ରତ୍ୟାହାର କରିନିଆଯିବ ବୋଲି ଘୋଷଣା କରାଯାଇଥିଲା । ଯାହା ପାଖରେ ୨୦୦୦ ଟଙ୍କିଆ ନୋଟ ରହିଛି ସେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବିନା କୌଣସି ପରିଚୟପତ୍ରରେ ଏହାକୁ ବ୍ୟାଙ୍କରେ ବଦଳାଇ ପାରିବେ ବୋଲି ରିଜର୍ଭ ବ୍ୟାଙ୍କ କହିଥିଲେ ।