୨୦୧୭ରେ ଅନେକ ଫିଲ୍ମ ସଫଳ ହୋଇବି ଥିଲା ବିିବାଦୀୟ ! ଫିଲ୍ମକୁ ନେଇ ଖୁବ୍ ବିରୋଧ ଦେଖିବାକୁ ମିଳିଥିଲା 

39
ରାତିପାହିଲେ ନବବର୍ଷ । ବିଦାୟ ନେବ ୨୦୧୭ । ସିନେପ୍ରେମୀଙ୍କୁ ଅନେକ ସ୍ମରଣୀୟ ଓ ଆମୋଦମୟ ସିନେମା ଦେଇଛି ଏହି ବର୍ଷ । କିଛି ଫିଲ୍ମ ସଫଳ ହୋଇଥିବା ବେଳେ ଆଉ କିଛି ବିଫଳ ହୋଇଛନ୍ତି ବକ୍ସ ଅଫିସରେ । ଆଉ ଦର୍ଶକ ବି ନାପସନ୍ଦ କରିଛନ୍ତି । ହେଲେ ସବୁଠୁ ବଡ କଥା ହେଲା କିଛି ଫିଲ୍ମ ଖୁବ୍ ସଫଳ ହୋଇବି ବିବାଦିତ ଥିଲା । ଯାହାକୁ ନେଇ ରାସ୍ତାଘାଟରେ ହଙ୍ଗାମା କରିଥିଲେ ଲୋକେ । ତେବେ ଆସନ୍ତୁ ଜାଣିବା ୫ଟି ହିଟ୍ ଫିଲ୍ମ ବିଷୟରେ । ଯାହା ସଫଳ ହୋଇବି  ଖୁବ୍ ବିରୋଧର ଶିକାର ହୋଇଥିଲା ।

ପଦ୍ମାବତୀ – ସିନେପ୍ରେମୀ, ଫିଲ୍ମର ନିର୍ମାତା ଓ ଏହି ଫିଲ୍ମର ଅଭିନେତା ସମସ୍ତଙ୍କୁ ଫିଲ୍ମ ପଦ୍ମାବତୀ ରିଲିଜ ହେବାର ଅପେକ୍ଷା ଥିଲା । ଡିସେମ୍ବର ୧ରେ ଫିଲ୍ମଟି ରିଲିଜ ହେବାକୁ ଥିଲେ ମଧ୍ୟ ଏହା ହୋଇପାରିଲା ନାହିଁ । ଏହାସହ ଫିଲ୍ମର ରିଲିଜ ଡେଟକୁ ମଧ୍ୟ ସ୍ଥଗିତ କରାଯାଇଛି କାରଣ ଏହା ଜାତୀୟ ବିବାଦ ରୂପେ ମୁଣ୍ଡ ଟେକିଛି । ଫିଲ୍ମରେ ରାଣୀ ପଦ୍ମାବତୀଙ୍କୁ ନେଇ ସୁଟିଂ କରାଯାଇଥିବା ଏକ ଦୃଶ୍ୟକୁ ନେଇ ପ୍ରଥମେ ରାଜସ୍ଥାନରେ ବିବାଦ ସୃଷ୍ଟି ହୋଇଥିଲା । କେବଳ ଏତିକି ନୁହେଁ ଏହି ଫିଲ୍ମର ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀ ଏବଂ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ମଧ୍ୟ ଜୀବନରୁ ମାରିଦେବା ପାଇଁ ଧମକ ଦିଆଯାଇଥିଲା । ଅନେକ ସଂଗଠନ ଏହାକୁ ବିରୋଧ କରି ରାସ୍ତାକୁ ମଧ୍ୟ ଓହ୍ଲାଇ ଆସିଥିଲେ । ଏବଂ ରାଜସ୍ଥାନର ରାଜପୁତଙ୍କ ଠାରୁ ଆରମ୍ଭ କରି ଏନେକ ରାଜନେତା ମଧ୍ୟ ଏହାର ବିରୋଧ କରିଆସିଛନ୍ତି । ଏହି ଫିଲ୍ମ କେବେ ରିଲିଜ କରାଯିବ ତାହାକୁ ନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ ।

ରଇସ୍ – ଉରିରେ ଆତଙ୍କବାଦ ଆକ୍ରମଣ ପରେ କିଛି ସଂଗଠନ ପାକିସ୍ଥାନ କଳାକାରମାନଙ୍କୁ ବ୍ୟାନ କରିବା ପାଇଁ ଦାବୀ ରଖିଥିଲେ । ଏହି ସମୟରେ ଶାହାରୁଖଙ୍କ ଫିଲ୍ମ ରଇସକୁ ଖୁବ ବିରୋଧ କରାଯାଇଥିଲା । ଶାହାରୁଖଙ୍କ ବିପକ୍ଷରେ ନଜର ଆସିଥିବା ପାକିସ୍ତାନୀ ଅଭିନେତ୍ରୀ ମାହିରା ଖାନ ଏହାର ମୁଖ୍ୟ କାରଣ ଥିଲା ।

ଲିପଷ୍ଟିକ୍ ଅଣ୍ଡର ମାଇଁ ବୁର୍ଖା – ପ୍ରକାଶ ଝାଙ୍କ ବ୍ୟାନରରେ ନିର୍ମିତ ଏହି ଫିଲ୍ମ ମହିଳାଙ୍କ ଅଧିକାର ଉପରେ ଆଧାରିତ ବୋଲି କୁହାଯାଇଥିଲା । କିନ୍ତୁ ଏହି ଫିଲ୍ମରେ ମହିଳାମାନଙ୍କ ଛବି ବିଗାଡିବାର ଆରୋପ ଲଗାଯାଇଥିଲା । ଅନେକ ବିବାଦ ପରେ ଫିଲ୍ମଟି ରିଲିଜ ହୋଇପାରିଥିଲା ।

ଇନ୍ଦୁ ସରକାର – ଲମ୍ବା  ସମୟ ପରେ ରିଲିଜ ହୋଇଥିବା ମଧୁର ଭଣ୍ଡାରକରଙ୍କ ଫିଲ୍ମ ‘ଇନ୍ଦୁ ସରକାର’କୁ ମଧ୍ୟ ଅନେକ ବିବାଦର ସାମ୍ନା କରିବାକୁ ପଡିଥିଲା । ଏହି ଫିଲ୍ମରେ ସଂଜୟ ଗାନ୍ଧୀଙ୍କ ଚରିତ୍ରକୁ ନେଇ ବିବାଦ ଦେଖାଦେଇଥିଲା ।

ଟୟଲେଟ ଏକ ପ୍ରେମ କଥା – ଏହି ବର୍ଷର ସବୁଠାରୁ ଅଧିକ ଆୟ କରିଥିବା ବଲିଉଡ ଫିଲ୍ମ ‘ଟୟଲେଟ ଏକ ପ୍ରେମ କଥା’ ମଧ୍ୟ ବିବାଦରୁ ବାଦ ପଡିନାହିଁ । ଏହି ଫିଲ୍ମର କାହାଣୀ ସତ୍ୟ କାହାଣୀ ଉପରେ ଆଧାରିତ । ଏହି କାହାଣୀ ମଧ୍ୟପ୍ରଦେଶର ବେତୁଲ ଜିଲ୍ଲାର ଏକ ମହିଳାଙ୍କ ଉପରେ ଆଧାରିତ ହୋଇଥିଲା । କିନ୍ତୁ ନିର୍ମାତାଙ୍କ ଉପରେ ଆରୋପ ଲଗାଯାଇଥିଲା ଯେ ଏହି କାହାଣୀର ଶ୍ରେୟ ତାଙ୍କୁ ଦିଆଯାଇନଥିଲା ।