ବରମୁଣ୍ଡାରେ ସିରିଜ ଦୁର୍ଘଟଣା : ୫ ଆହତ, ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି

173

କନକ ବ୍ୟୁରୋ : ଭୁବନେଶ୍ୱର ବରମୁଣ୍ଡାରେ ସିରିଜ୍ ଦୁର୍ଘଟଣା । ଦୁର୍ଘଟଣାରେ ମୋଟ୍ ୫ ଜଣ ଆହତ ହୋଇଛନ୍ତି । ସୋମବାର ରାତିରେ ଏହି ଦୁର୍ଘଟଣା ଘଟିଛି । ଏକ ସ୍କୁଟିକୁ କାର ଧକ୍କା ଦେଇଥିଲା । ସ୍କୁଟି ଚାଳକ ଗୁରୁତର ହୋଇ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ । ଏହି ସମୟରେ ଜାତୀୟ ରାଜପଥ ସଫେଇ କରୁଥିବା ଗାଡ଼ି ବେକ୍ର ମାରି ଅଟକି ଯିବାକୁ ଚେଷ୍ଟା କରୁଥିଲା । ତେବେ ପଛପଟୁ ଆସୁଥିବା ଏକ ଟ୍ରକ୍ ସଫେଇ ଗାଡ଼ିକୁ ଧକ୍କା ଦେଇଥିଲା । ଏଥିରେ ଟ୍ରକ ଡ୍ରାଇଭର ଜଣକ ଗୁରୁତର ହୋଇଛନ୍ତି । ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି ।