ଜମୁଛି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରଚାର : ମହିଳା ବ୍ରିଗେଡକୁ ନେଇ ପ୍ରଚାର କରୁଛନ୍ତି ବିଜେଡି ପ୍ରାର୍ଥୀ ଦୀପାଳି ଦାସ

ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ସାଂସଦ ଓ ବିଧାୟକଙ୍କୁ ନେଇ ବିଜେପିର କ୍ୟାମ୍ପେନିଂ ; ଜୋରଦାର ପ୍ରଚାରରେ ଲାଗିଛି କଂଗ୍ରସ

161

କନକ ବ୍ୟୁରୋ : ଝାରସୁଗୁଡା ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର ମଇଦାନ । ପ୍ରତ୍ୟେକ ପ୍ରାର୍ଥୀ ମଇଦାନକୁ ଓହ୍ଲାଇ ପ୍ରଚାରକୁ ଜୋରଦାର କରିଛନ୍ତି । ପ୍ରତ୍ୟେକ ଦଳ ତରଫରୁ କରାଯାଉଛି ମାରାଥନ୍ ଶୋଭାଯାତ୍ରା ଓ ରାଲି । କେଉଁଠି ନିଜେ ପ୍ରାର୍ଥୀ ତ ଆଉ କେଉଁଠି ପ୍ରାର୍ଥୀଙ୍କ ପାଇଁ ଦଳୀୟ ନେତା କରୁଛନ୍ତି ପ୍ରଚାର । ସବୁ ଦଳ ପ୍ରଚାର ମୈଦାନକୁ ଷ୍ଟାର ପ୍ରଚାରକୁ ଓହ୍ଲାଇଛନ୍ତି ।

ଆଜି ଚା’ ଉପରେ ଚର୍ଚ୍ଚା ଅଭିଯାନ କରି ଲୋକଙ୍କ ପାଖକୁ ପହଞ୍ଚିବାକୁ ଜେଷ୍ଟା କରିବେ ବିଜେପି ପ୍ରଚାରକ । ସେପଟେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଡୋର ଡୋର ଟୁ କ୍ୟାମ୍ପେନ କରି ଲୋକଙ୍କ ପାଖରେ ପହଂଚୁଛନ୍ତି । ଦଳର ଅନ୍ୟ ନେତାମାନେ ବି ତାଙ୍କ ସହ ପ୍ରଚାର କରୁଛନ୍ତି । ବିଧାୟିକା ବର୍ଷା ସିଂ ବରିହା, ବିଧାୟିକା ଅଳକା ମହାନ୍ତି, ମନ୍ତ୍ରୀ ରୀତା ସାହୁ ସୋମବାର ଦୀପାଳିଙ୍କ ସହ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା ।

ସେପଟେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ନିଜର ଦଳର ଷ୍ଟାର ପ୍ରଚାରକଙ୍କ ସହ ଜୋରଦାର ପ୍ରଚାର ଚଳାଇଛନ୍ତି । ଜୁଏଲ ଓରାମ, ସୁରେଶ ପୂଜାରୀ, ବୈଜୟନ୍ତ ପଣ୍ଡା, ବିଧାୟିକା କୁସୁମ ଟେଟେ ଲଇକେରା ଓ କୋଲାବିରା ବ୍ଲକରେ ପ୍ରଚାର କରିଛନ୍ତି । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ମଧ୍ୟ ପ୍ରଚାର ଜାରି ରଖିଛନ୍ତି ।