ବର୍ଷରେ ଦେଶରୁ ଜବତ ହେଲାଣି ୪୦ କୁଇଂଟାଲ ଚୋରା ସୁନା । କେବଳ ବିମାନବନ୍ଦରରରୁ ଜବତ ହୋଇଛି ୬୩ ପ୍ରତିଶତ ସୁନା, ରହୁଛି ବିମାନ କର୍ମଚାରୀଙ୍କ ସମ୍ପୃକ୍ତି !

126

କନକ ବ୍ୟୁରୋ : ସାରା ବିଶ୍ୱରେ ସୁନା ଦର ବଢିବା ଏବଂ ଭାରତର ଆମଦାନୀ କର ବୃଦ୍ଧି ଯୋଗୁ ଦେଶରେ ବେଆଇନ ସୁନା କାରବାର ବୃ୍ଦ୍ଧି ପାଇବାରେ ଲାଗିଛି । ବର୍ଷଟରେ ମଧ୍ୟରେ ଦେଶରୁୁ ୪୦ କୁଇଂଟାଲ ସୁନା ଜବତ କରାଯାଇଛି । ଏଥିରୁ ୬୩ ପ୍ରତିଶତ ସୁନା ବିମାନବନ୍ଦରୁ ଜବତ ହୋଇଛି । ଏପ୍ରିଲ ୨୦୨୨ରୁ ଫେବୃଆରୀ ୨୦୨୩ ମଧ୍ୟରେ ରାଜସ୍ୱ ଗୁଇନ୍ଦା ବିଭାଗ ଏବଂ କଷ୍ଟମ ବିଭାଗ ଏହି ସୁନା ଜବତ କରିଛନ୍ତି । ସବୁଠୁୁ ବଡ କଥା ହେଉଛି ଏହି କାରବାର ପଛରେ ବିମାନ କର୍ମଚାରୀ ଏବଂ ଅଫିସରଙ୍କର ମଧ୍ୟ ହାତ ରହୁଛି । ଏହି କାରବାରରେ ସମ୍ପୃକ୍ତ ୨୯ ବିମାନ କର୍ମଚାରୀ ମଧ୍ୟ ଗିରଫ ହୋଇଛନ୍ତି । ୮୧ କିଲୋ ସୁନା ଏୟାରଲାଇନ୍ କ୍ରିୟୁ କେବିନ୍ରୁ ଜବତ ହୋଇଛି ।

ଏପ୍ରିଲ ୨୦୨୨ରୁ ଫେବୃଆରୀ ୨୦୨୩ ମଧ୍ୟରେ ୪୦ କ୍ୱିଣ୍ଟାଲ ସୁନା ଜବତ
ରାଜସ୍ୱ ଗୁଇନ୍ଦା ବିଭାଗ ଏବଂ କଷ୍ଟମ ବିଭାଗ ହାତରେ ଧରାପଡିଛନ୍ତି
ଚୋରି ପଛରେ ବିମାନ କର୍ମଚାରୀଙ୍କ ରହିଛି ହାତ
୨୯ ବିମାନ କର୍ମଚାରୀ ଗିରଫ ହୋଇଛନ୍ତି
ଚେନ୍ନାଇରେ ସର୍ବଧିକ ବିମାନବନ୍ଦର କର୍ମଚାରୀ ସମ୍ପୃକ୍ତ
୨୦୨୨-୨୩ରେ ପ୍ରଥମ ୧୧ ମାସରେ ୪୦୦୦ କିଲୋ ସୁୁନା ଜବତ
ସେଥିରୁ ୬୩% ପ୍ରତିଶତ ସୁନା ବିମାନବନ୍ଦରରୁ ଜବତ କରାଯାଇଛି
ଗତ ୪ ବର୍ଷ ମଧ୍ୟରେ ଚଳିତ ବର୍ଷ ସର୍ବାଧିକ ସୁନା ଜବତ
ମୁମ୍ବାଇ ବିମାନବନ୍ଦରରୁ ସର୍ବାଧିକ ୬୦୪.୫ କିଲୋ ସୁନାଜବତ
ଦିଲ୍ଲୀ ବିମାନବନ୍ଦରରୁ ୩୭୪.୫ କିଲୋ ସୁନା ଜବତ
କାଲିକଟ ବିମାନବନ୍ଦରରୁ ୨୯୧.୩ କିଲୋ ସୁନା ଜବତ
କୋଚିନ୍ ବିମାନବନ୍ଦରରୁ ୧୫୪.୫ କିଲୋ ସୁନା ଜବତ
ହାଇଦ୍ରାବାଦ ବିମାନବନ୍ଦରରୁ ୧୨୪.୩ କିଲୋ ସୁନା ଜବତ
ଆମଦାନୀ କର ବଢିବା ଚୋରା ସୁନା କରବାର ବଢୁଛି!
କର ବୃଦ୍ଧି ଯୋଗୁ ଦେଶରେ ୨୪% କମିଛି ସୁନା ଆମଦାନି
ହେଲେ ଚୋରା ରୂପା କାରବାର ୨୦୨୧-୨୨ ବର୍ଷ ଅପେକ୍ଷା କମିଛି
୨୦୨୧-୨୨ରେ ୫ କ୍ୱିଂଟାଲ ସୁନା ଜବତ ହୋଇଥିଲା
୨୦୨୨-୨୩ରେ ମାତ୍ର ୪୫୦ କିଲୋ ରୂପା ଜବତ ହୋଇଛି