ଆପଣ ନିଜର ସ୍ମରଣ ଶକ୍ତିକୁ ପ୍ରଖର କରିବାକୁ ଚାହୁଛନ୍ତି କି ? ଆପଣାନ୍ତୁ କିଛି ସରଳ ଉପାୟ

74

 କାର୍ଯ୍ୟବ୍ୟସ୍ତତା ମଧ୍ୟରେ ବେଳେବେଳେ ଆମେ ଅନେକ ଜିନିଷକୁ ମନେରଖି ପାରିନଥାଉ । ଏଥିପାଇଁ ଆମକୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ । ଏଣୁ ଯଦି ଆପଣ ସ୍ମୃତିଶକ୍ତିକୁ ପ୍ରଖର କରିବାକୁ ଚାହୁଁଛନ୍ତି ତ ପ୍ରତିଦିନର ଖାଦ୍ୟରେ ଉପରେ ଧ୍ୟାନ ଦେବାକୁ ହେବ । ପ୍ରତ୍ୟେକ ଦିନ ଖାଇବାରେ କିଛି ଜିନିଷକୁ ସାମିଲ କରିବା ଦ୍ୱାରା ମସ୍ତିଷ୍କକୁ ଅନେକ ଉପକାର ମିଳିଥାଏ । ଆସନ୍ତୁ ଜାଣିବା ସ୍ମରଣଶକ୍ତିକୁ ପ୍ରଖର କରିବାର କିଛି ସରଳ ଉପାୟ ।

ଦହି –
ଦହିରେ ଥିବା ଆମିନୋ ଏସିଡ ସ୍ମରଣଶକ୍ତି ବଢାଇବା ସହିତ ଚାପକୁ ଦୂର କରିବାରେ ସହାୟକ ହୋଇଥାଏ । ଦହିରେ ଯେ କୌଣସି ଫଳ ମିଶାଇ ପ୍ରତ୍ୟେକ ଦିନ ଖାଇବା ଦ୍ୱାରା ମସ୍ତିଷ୍କ ସୁସ୍ଥ ରହିଥାଏ ।

ଜାମୁ କୋଳି-
ଜାମୁ କୋଳିରେ ପ୍ରଚୁର ପରିମାଣର ଆଂଟିଅକ୍ସିଡେଂଟସ ଭରପୁର ଥାଏ । ଏହା ସହିତ ଜାମୁ କୋଳିରେ ଭିଟାମିନ ଇ ମଧ୍ୟ ଅନେକ ପରିମାଣରେ ଥାଏ ଯାହା ବୟସ ବଢିବା ସହ ଜଡିତ ମାନସିକ ସମସ୍ୟାରୁ ରକ୍ଷା କରିବାରେ ସହାୟକ ହୋଇଥାଏ । ଏହା ବ୍ୟତୀତ ଜାମୁ କୋଳି କୌଣସି ବିଷୟକୁ ଅଧିକ ସମୟ ଧରି ମନେରଖିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ବାଦାମ-
ବାଦାମକୁ ସ୍ମରଣଶକ୍ତି ବଢାଇବାର ଏକ ପ୍ରମୁଖ ମାଧ୍ୟମ ବୋଲି କୁହାଯାଏ । ବାଦାମରେ ଭରପୁର ମାତ୍ରାରେ ଆଂଟିଅକ୍ସିଡେଂଟ ରହିବା ସହିତ ଓମେଗା ୩ ଫ୍ୟାଟୀ ଏସିଡ ମଧ୍ୟ ଥାଏ । ପ୍ରତ୍ୟେକ ଦିନ ସନ୍ତୁଳିତ ମାତ୍ରାର ବାଦାମ ଖାଇବା ଦ୍ୱାରା ସ୍ମରଣଶକ୍ତି ବୃଦ୍ଧି ହେବା ସହ ମସ୍ତିଷ୍କ ସୁସ୍ଥ ରହିଥାଏ ।

ମାଛ-
ମାଛ ଖାଇବା ମସ୍ତିଷ୍କ ପାଇଁ ଅଧିକ ହିତକର । ସାଲମନ, ଟୁନା ପରି ମାଛରେ ଅଧିକ ପରିମାଣର ଓମେଗା ୩ ଫ୍ୟାଟୀ ଏସିଡ, ପ୍ରୋଟିନ ଓ କ୍ୟାଲସିୟମ ଭରପୁର ମାତ୍ରାରେ ଥାଏ । ଏହା ମସ୍ତିଷ୍କ ଏବଂ ସ୍ନାୟୁତନ୍ତ୍ର ପାଇଁ ଅତ୍ୟନ୍ତ ଉପଯୋଗୀ ଅଟେ ।