ଆଇଓସିଏଲରେ ନିଆଁ ! ପାରାଦୀପ ତୈଳ ବିଶୋଧନାଗାରର ୩୨୬ ସବ ଷ୍ଟେସନରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

30

କନକ ବ୍ୟୁରୋ: ପାରାଦୀପ ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ । ତୈଳ ବିଶୋଧାନଗାର ପରିସରରେ ଥିବା ୩୨୬ ସବ ଷ୍ଟେସନରେ ଅଗ୍ନିକାଣ୍ଡ ଘଟିଛି । ତେବେ ଅଗ୍ନିକାଣ୍ଡ କାରଣ ଜଣାପଡିନି । ନିଆଁ ଲିଭାରେ ଦମକଳ ବାହୀନିକୁ ନିୟୋଜିତ କରାଯାଇଛି ।

ସୂଚନା ମୁତାବକ, ପାରାଦୀପ ତୈଳ ବିଶୋଧନାଗାରର( ଆଇଓସିଏଲ) ୩୩୬ ନମ୍ବର ୟୁନିଟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି । ପାରାଦୀପ ତୈଳ ବିଶୋଧନାଗାରରେ ଅଗ୍ନିକାଣ୍ଡ ଘଟିବା ପ୍ରଚାରହେବା ପରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଛି । ତେବେ କେମିତି ନିଆଁ ଲାଗିଲା ତାହା ଜଣାପଡ଼ି ନାର୍ହିଁ ।