ଆମେରିକାର ନ୍ୟୁୟର୍କ ସଡ଼କରେ ନିୟୋଜିତ ହେଲେ ୩୫ ହଜାର ସୁରକ୍ଷାକର୍ମୀ: ପର୍ଣ୍ଣ ଷ୍ଟାରଙ୍କୁ ଗୁ୍ପ୍ତ ଭାବେ ଅର୍ଥ ଦେବା ମାମଲାରେ ଆଜି କୋର୍ଟରେ ହାଜର ହେବେ ଡୋନାଲ ଟ୍ରମ୍ପ

307

କନକ ବ୍ୟୁରୋ: ଏବେ ଦେଖିବାର ଆମ ଏକ ଗୁରୁତ୍ୱପୂର୍ଣ୍ଣ ଖବର । ଆମେରିକାର ନ୍ୟୁୟର୍କ ସହରର ସଡ଼କରେ ନିୟୋଜିତ ହୋଇଛନ୍ତି ୩୫ ହଜାର ସୁରକ୍ଷାକର୍ମୀ । ବନ୍ଦ ରହିଛି ସହରର ଅନେକ ରାସ୍ତା । ପର୍ଣ୍ଣ ଷ୍ଟାରଙ୍କୁ ଗୁ୍ପ୍ତ ଭାବେ ଅର୍ଥ ଦେବା ମାମଲାରେ ଆଜି କୋର୍ଟରେ ହାଜର ହେବେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ ଟ୍ରମ୍ପ । ସମର୍ଥକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭାରତୀୟ ସମୟ ଅନୁସାରେ ଆଜି ରାତି ପ୍ରାୟ ୧୧ଟା ୪୫ରେ ନ୍ୟୁୟର୍କର ମ୍ୟାନହର୍ଟନ୍ କୋର୍ଟରେ ହାଜର ହେବେ ଡୋନାଲ ଟ୍ରମ୍ପ । ଗତ ୩୦ ତାରିଖରେ ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲ୍ଙ୍କୁ ଗୁପ୍ତ ଭାବେ ଅର୍ଥ ଦେବା ମାମଲାରେ ଡୋନାଲ ଟ୍ରମ୍ପଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ଆମେରିକାର ପ୍ରଥମ ପୂର୍ବତନ ରାଷ୍ଟ୍ରପତି ଭାବେ ତାଙ୍କ ନାଁରେ କୋର୍ଟରେ ଶୁଣାଣି ହେବାକୁ ଯାଉଛି ।