ପ୍ରତିଶ୍ରୁତି ଦେଇ ପାଳନ କଲାନି ପ୍ରଶାସନ । ୩ ବର୍ଷ ହେବ ପଞ୍ଚାୟତ ଅଫିସରେ ରହୁଛନ୍ତି ୩ ପରିବାର

102

କନକ ବ୍ୟୁରୋ: ଶୌଚାଳୟ ପାଲଟିଛି ବାସଗୃହ, ଡିବିରି ଆଲୁଅରେ ଚାଲିଛି ପାଠପଢା । କଅଁଳ ଆଖିରେ ରହିଛି ଅନେକ ଅସୁମାରି ସ୍ୱପ୍ନ, ହେଲେ ଗରିବୀର ଲକ୍ଷ୍ମଣ ରେଖା, ସତେ ଯେମିତି ଏମାନଙ୍କୁ ପଛରୁ ଟାଣି ଧରିଛି । ପୁରୀ ଜିଲ୍ଲା ଅଣ୍ଡାରସିଂହ ଗ୍ରାମପଞ୍ଚାୟତରେ ୩ ବର୍ଷରୁ ଅଧିକ ଦିନ ହେଲାଣି ପଞ୍ଚାୟତ ଶୌଚାଳୟ ଏବଂ କାର୍ଯ୍ୟାଳୟ ପାଲଟିଛି ୩ଟି ପରିବାରର ଠିକଣା ।

ପୂର୍ବ ଶତୃତ୍ରାକୁ କେନ୍ଦ୍ର କରି ୨୦୧୩ରେ ଏକ ଦଳିତ ପରିବାରର ଘର ଜାଳି ଦେଇଥିଲେ ଦୃର୍ବୁତ୍ତ । ନ୍ୟାୟ ପାଇଁ ଲଢେଇ କରି କରି ଶେଷରେ ନବୀନ ନିବାସ ଆଗରେ ଧାରଣା ଦେଇଥିଲେ ପରିବାର ଲୋକେ । ପରେ ଘର ଯୋଗାଇଦେବାକୁ ପ୍ରଶାସନ ପ୍ରତିଶ୍ରୁତି ଦେଇଥଲା । ହେଲେ ଆଜି ଯାଏଁ ନା ଘର ମିଳିଲା, ନା ସରକାରୀ ସାହାଯ୍ୟ । ଫଳରେ ୩ଟି ପରିବାର ବାସହରା ହୋଇଥିବା ବେଳେ ଦୁଃଖ ଦୁର୍ଦ୍ଦଶାରେ ଜୀବନ ଜିଉଁଛନ୍ତି ।

ତେବେ ଗରିବ ବାସହରାଙ୍କ ପାଇଁ ସରକାର ଅନେକ ଯୋଜନା କରିଛନ୍ତି । କିନ୍ତୁ ଦୁର୍ଦ୍ଦିନରେ ଦିନ କାଟୁଥିବା ଏହି ପରିବାର ପାଇଁ ସବୁ ଯୋଜନା ସତେ ଯେମିତି ଅପହଞ୍ଚ ହୋଇରହିଛି ।