ହୁତୁହୁତୁ ହୋଇ ଜଳୁଛି ଏକର ଏକର ଜମିର ପାଖୁଡି ବଣ । ୫ କିଲୋମିଟର ଯାଏଁ ବ୍ୟାପିଲାଣି ଧୂଆଁ ।

107

କନକ ବ୍ୟୁରୋ: ହୁତହୁତ ହୋଇ ଜଳୁଛି ପାଖୁଡି ବଣ । ଅସ୍ତରଙ୍ଗ ସିଲାରୀରେ ପାଖୁଡି ବଣରେ ନିଆଁ ଲାଗିଯାଇଛି । ଏକର ଏକର ଜମିରେ ଚାଷ ହୋଇଥିବା ପାଖୁଡି ଜଳିଯାଉଥିବା ବେଳେ ନିଆଁକୁ ଆୟତ୍ତ କରିପାରୁନାହାଁନ୍ତି ଅଗ୍ନିଶମ ବାହିନୀ । ନିଆଁ, ଧୂଆ ଦେଖି ଲୋକ ଆତଙ୍କିତ ହୋଇପଡିଥିବା ବେଳେ ବର୍ଷକର ରୋଜଗାର ହରାଇ ଚିନ୍ତାରେ ପଡିଯାଇଛନ୍ତି ପାଖୁଡି ଚାଷୀ ।

  • ପାଖୁଡି ବଣରେ ଲିଭୁନି ନିଆଁ!
  • ଜଳୁଛି ଚାଷୀର ବର୍ଷକର ରୋଜଗାର

ବୈଶାଖ ମାସର ଖରାକୁ ଦକ୍ଷିଣା ପବନ । ଆଉ ଏହି ସମୟରେ ପାଖୁଡି ବଣରେ ଲାଗିଯାଇଛି ନିଆଁ । ହୁତୁହୁତୁ ହୋଇ ଜଳୁଛି ଏକର ଏକର ଜମିର ପାଖୁଡି ବଣ । ନିଆଁ ଲାଗି ଆଖ ପାଖ ଅଞ୍ଚଳର ୫ କିଲୋମିଟର ପର୍ଯ୍ୟନ୍ତ ଧୂଆଁ ବ୍ୟାପିଯାଇଛି । ଲକ୍ଷ ଲକ୍ଷ ଟଙ୍କାର ପାଖୁଡି ବଣ ଜଳିଯାଉଥିବା ବେଳେ ନିଆଁକୁ ଆୟତ୍ତ କରିପାରୁନି ଅଗ୍ନିଶମ ବାହିନୀ । ନିଆଁ ଲିଭା କାର୍ଯ୍ୟରେ ଦମକଳ ବାହୀନୀର ଦୁଇଟି ଗାଡି ସହ ୬ ଜଣ କର୍ମଚାରୀ ଲାଗିଥିଲେ ମଧ୍ୟ ସେମାନେ ପାଖୁଡି ବଣକୁ ନିଆଁରୁ ଉଦ୍ଧାର କରିପାରୁନାହାଁନ୍ତି । ଆଉ ବର୍ଷକର ରୋଜଗାର ଆଖି ଆଗରେ ପୋଡି ପାଉଁଶ ହୋଇଯାଉଥିବା ଦେଖି ଚିନ୍ତାରେ ପଡିଯାଇଛି ଚାଷୀ ।

ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳରେ ଲୋକମାନେ ଧାନ ସହ ପାଖୁଡି ଚାଷ ମଧ୍ୟ କରିଥାନ୍ତି । ଆଉ ଏହି ପାଖୁଡିକୁ ପାନବଜରରେ ମୂଖ୍ୟ କଞ୍ଚାମାଲ ଭାବେ ବ୍ୟବହାର କରାଯାଇଥାଏ । ସେଥିପାଇଁ ଏଠାକାର ଲୋକେ ଧାନ ପରି ପାଖୁଡି ମଧ୍ୟ ଚାଷ କରିଥାନ୍ତି । ବର୍ଷକୁ ପାଖୁଡି ଚାଷୀ ଏକର ପିଛା ୭୫ ହଜାରରୁ ଅଧିକ ଟଙ୍କା ରୋଜଗାର କରିଥାନ୍ତି । ପାଖୁଡି ନିଆଁରେ ପୋଡି ଯାଉଥିବା ବେଳେ କିପରି ପରିବାର ପୋଷଣ କରିବେ ସେଥିପାଇଁ ଚିନ୍ତାରେ ପଡିଯାଇଛନ୍ତିି ପାଖୁଡି ଚାଷୀ । କେହି ଦୁବୃର୍ତ୍ତ ପାଖୁଡି ବଣରେ ନିଆଁ ଲଗାଇଦେଉଥିବା ସ୍ଥାନୀୟ ଲୋକେ ଏବଂ ଅଗ୍ନିଶମ ବାହିନୀ ସନ୍ଦେହ କରୁଛନ୍ତି ।