କୋରାପୁଟ ସିଙ୍ଗାରାମ ଷ୍ଟେସନରେ ଟ୍ରେନରେ କଟି ତିନି ଜଣଙ୍କ ମୃତ୍ୟୁ । ମୃତକମାନେ ବାପା, ପୁଅ ଓ ଝିଅ ହୋଇଥିବା ସୂଚନା । ଆତ୍ମହତ୍ୟା କରିଥିବା ସନ୍ଦେହ ……..

281

କନକ ବ୍ୟୁରୋ : ଦଶହରାରେ  ଦୁଃଖ ଖବର । ଟ୍ରେନ ମାଡିଯାଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କୋରାପୁଟ୍ ଜିଲ୍ଳା ଲକ୍ଷ୍ମୀପୁର ବ୍ଳକ ସିଙ୍ଗାରାମ ଷ୍ଟେସନ ନିକଟରେ । ଟ୍ରେନରେ କଟି ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ବାପା, ପୁଅ ଓ ଝିଅ ଅଛନ୍ତି । ସେମାନେ କେମିତି ରେଳ ଲାଇନକୁ ଆସିଲେ ଓ ସେମାନଙ୍କ ଉପରେ କେତେବେଳେ ଟ୍ରେନ୍ ମାଡିଗଲା ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପଟେ ସେମାନଙ୍କର ମୃତ୍ୟୁ ଦୁର୍ଘଟଣାରେ ହୋଇଛି କି ସେମାନେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ତାହା କେହି କହିପାରୁ ନାହାନ୍ତି । ଜିଆର ପୋଲିସ ଖବର ପାଇ ଶବ ଜବତ କରିଛି । ଏନେଇ ମୃତକଙ୍କ ପରିବାରକୁ ଖବର ଦିଆଯାଇଛି ।

ସ୍ଥାନୀୟ ଲୋକମାନେ ଏନେଇ କିଛି ସ୍ପଷ୍ଟ କହିପାରୁ ନଥିବାରୁ ପରିବାର ଲୋକେ ପହଂଚିବା ପରେ ଘଟଣାର ସତ୍ୟା ସତ୍ୟ ଜଣାପଡିବ । ଏକା ସାଙ୍ଗରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାରୁ ଏହା ଆତ୍ମହତ୍ୟା ବୋଲି ଅନୁମାନ କରାଯାଉଛି ।