ସଫଳ ହେଲା ବିରଳ ଅସ୍ତ୍ରୋପ୍ରଚାର: ମହିଳାଙ୍କ ପେଟରୁ ବାହାରିଲା ୫୭ କେଜିର ଟ୍ୟୁମର; ରାଜ୍ୟପାଇଁ ଗୌରବ ଆଣିଲେ ଖୋର୍ଦ୍ଧା କୁହୁଡି ସାଇ ସେବା ସଦନର ଚିକିତ୍ସକ
କନକ ବ୍ୟୁରୋ: ସଫଳ ହେଲା ବିରଳ ଅସ୍ତ୍ରୋପ୍ରଚାର । ମହିଳାଙ୍କ ପେଟରୁ ବାହାରିଲା ୫୭ କେଜିର ଟ୍ୟୁମର । ଖୋର୍ଦ୍ଧା କୁହୁଡି ସାଇ ସେବା ସଦନର ଚିକିତ୍ସକମାନେ ବିରଳ ଅସ୍ତ୍ରୋପ୍ରଚାର କରି ଏତେ ବଡ ଟ୍ୟୁମରକୁ ବାହାର କରିଛନ୍ତି । ଏହି ହସ୍ପିଟାଲର ସର୍ଜନ ଡାକ୍ତର ଜଗଦୀଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ପାଂଚ ଜଣିଆ ଡାକ୍ତୀରୀ ଟିମ୍ ଦୀର୍ଘ ୫ ଘଂଟା ଧରି ଅପରେସନ କରିବା ପରେ ଏହି ସଫଳତା ମିଳିଛି । ଏବେ ମହିଳା ଜଣଙ୍କ ସୁସ୍ଥ ଥିବା ଜଣାପଡିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ରୋଗୀ ସମ୍ପର୍କୀୟଙ୍କ କହିବା ଅନୁଯାୟୀ ନବରଙ୍ଗପୁର ଜିଲ୍ଲାର ପୁଲମତି ଗାଣ୍ଡ ନାମକ ଜଣେ ମହିଳାଙ୍କ ପେଟରେ ଏହି ବିରାଟ ଟ୍ୟୁମର ହୋଇଥିଲା । ଏହାର ଚିକିତ୍ସା ପାଇଁ ଏ ହସ୍ପିଟାଲରୁ ସେ ହସ୍ପିଟାଲ ବୁଲିଥିଲେ ଫୁଲମତିଙ୍କ ପରିବାର । ହେଲେ ଚିକିତ୍ସା ହୋଇ ନପାରିବାରୁ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ଆର୍ଥିକ ଅନଟନ ଯୋଗୁଁ ବଡ ହସ୍ପିଟାଲକୁ ଯାଇ ଚିକିତ୍ସା କରାଇବା ତାଙ୍କ ପକ୍ଷେ ସମ୍ଭବ ହୋଇନଥିଲା । ତେଣୁ ସହାୟତା କରିବା ପାଇଁ ସୋସିଆଲ ମିଡିଆରେ ମଧ୍ୟ ସାହାଯ୍ୟ ମାଗିଥିଲେ । ଏହାକୁ ଦେଖିବା ପରେ ସହାୟତାର ହାତ ବଢ଼ାଇଥିଲା ସାଇ ସେବା ସଦନ ।