ସାମ୍ବାଦିକ ନାଁରେ କଳଙ୍କ । ଖବର ପ୍ରସାରଣ କରିଦେବାର ଭୟ ଦେଖାଇ ବ୍ୟବସାୟୀଙ୍କଠାରୁ ଦେଢ ଲକ୍ଷ ଟଙ୍କା ଆଦାୟ । ଅଭିଯୋଗ ପରେ ୬ ସାମ୍ବାଦିକଙ୍କୁ ଗିରଫ୍ କଲା କମିଶନରେଟ୍ ପୋଲିସ

2,578

କନକ ବ୍ୟୁରୋ : ଖବର ପ୍ରସାରଣ କରିଦେବା ନାମରେ ଚାନ୍ଦା ଆଦାୟ କରୁଥିବା ୬ ଜଣ ସାମ୍ବାଦିକଙ୍କୁ ଗିରଫ୍ କରିଛି କମିଶନରେଟ୍ ପୋଲିସ। ଏକ ଘିଅ କମ୍ପାନୀର ମାଲିକଙ୍କୁ ଧମକ ଦେଇ ତାଙ୍କ ଠାରୁ ୨ ଟି କିସ୍ତିରେ ୧ ଲକ୍ଷ ୬୪ ହଜାର ଟଙ୍କା ନେଇଥିବା ଘିଅ କମ୍ପାନୀର ମାଲିକ ଅଭିଯୋଗ କରିବା ପରେ କମିଶନରେଟ୍ ପୋଲିସ ଭୁବନେଶ୍ୱରରୁ ୫ ଜଣ ସାମ୍ବାଦିକ ଓ ଜଣେ ଡ୍ରାଇଭରକୁ ଗିରଫ୍ କରିଛି । ପୋଲିସ ସେମାନଙ୍କ ଠାରୁ ନଗଦ ୩୧ ହଜାର ଟଙ୍କା ଜବତ୍ କରିଛି ।

ଏନେଇ ଭୁବନେଶ୍ୱର ଡିସିପି ଉମାଶଂକର ଦାଶ କହିଛନ୍ତି କି ଏହି ୬ ଜଣ ଯାକ ବିଭିନ୍ନ ୱେବ୍ ଚ୍ୟାନେଲ ପାଇଁ ସାମ୍ବାଦିକତା କରୁଥିଲେ । ଜଣେ ଘିଅ କମ୍ପାନୀର ମାଲିକଙ୍କ ବିରୋଧରେ ଖବର ପ୍ରସାରଣ କରିଦେବାର ଧମକ ଚମକ୍ ଦେଇ ତାଙ୍କ ଠାରୁ ୨ ଟି କିସ୍ତିରେ ୧ ଲକ୍ଷ ୬୪ ହଜାର ଟଙ୍କା ଆଦାୟ କରିଛନ୍ତି । ଏନେଇ ଅଭିଯୋଗ ଆସିବା ପରେ ତାଙ୍କୁ ଗିରଫ୍ କରାଯାଇଛି । ଏହା ସହ ୨ ଟି ଗାଡି ବି ଜବତ୍ କରାଯାଇଛି । ସେପଟେ ସେମାନେ କାମ କରୁଥିବା ଚ୍ୟାନେଲର କାର୍ଯ୍ୟାଳୟ ଉପରେ ବି ଚଢାଉ ଜାରି ରହିଛି । ଭୁବନେଶ୍ୱର ଡିସିପି କହିଛନ୍ତି କି ଏନେଇ ବିଧିବଦ୍ଧ ଭାବେ ତଦନ୍ତ କରାଯାଉଛି । ଏହା ପରେ ଅଣ- ପଞ୍ଜିକୃତ ୱେବ୍ ଚ୍ୟାନେଲ ମାନଙ୍କର ଏକ ଡାଟା ପ୍ରସ୍ତୁତ କରାଯିବ ।