ଜଗତସିଂହପୁର : ତାରପୁର ନିକଟରେ ମହାନଦୀରେ ଗାଧୋଉ ଥିବା ବେଳେ ପାଣିରେ ଭାସିଯାଇ ଦୁଇ ଛାତ୍ର ନିଖୋଜ

58

କନକ ବ୍ୟୁରୋ : ମହାନଦୀରେ ଭାସିଗଲେ ୨ଛାତ୍ର । ଜଗତସିଂହପୁର ତାରପୁର ନିକଟରେ ମହାନଦୀରେ ଗାଧୋଉ ଥିବା ବେଳେ ପାଣିରେ ଦୁଇଜଣ ଛାତ୍ର ଭାସିଯାଇ ନିଖୋଜ ହୋଇଯାଇଛନ୍ତି । ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ଘଟଣାସ୍ଥଳରେ ପଂହଚି ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛି । ମହାନଦୀରେ ଛାତ୍ରଙ୍କୁ ଖୋଜିବା କାମ ଜାରି ରଖିଛି ଓଡ୍ରାଫ । ତେବେ ଏପର୍ଯ୍ୟନ୍ତ ନିଖୋଜ ଛାତ୍ରଙ୍କ କୌଣସି ପତା ମିଳିନି ।