କେନ୍ଦୁଝର ବଡବିଲରେ ଲଜ୍ଜା : ୧୪ ବର୍ଷୀୟ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଘରକୁ ଫେରୁଥିବା ବେଳେ ଉଠାଇନେଲେ ୪ ଯୁବକ

26

କନକ ବ୍ୟୁରୋ: କେନ୍ଦୁଝର ଜିଲ୍ଲାରେ ଲଜ୍ଜା । ବଡବିଲ ଥାନା ଭଦ୍ରାସାହି ଅଂଚଳରେ ଜଣେ ୧୪ ବର୍ଷୀୟ ନାବାଳିକାକୁ ବସରୁ ଓହ୍ଲାଇ ଘରକୁ ଫେରିବାବେଳେ ବାଟରୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତ ୧୭ ତାରିଖରେ ବଡବିଲ ମହୋତ୍ସବର ମୀନାବଜାର ବୁଲି ନାବାଳିକା ଜଣକ ଫେରିବା ବେଳେ ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି ।

ଭଦ୍ରାସାହି ନିକଟରେ ନାବାଳିକା ବସରୁ ଓହ୍ଲାଇବା ପରେ ୪ ଜଣ ଯୁବକ ଏକ ପରିତ୍ୟକ୍ତ ଘରକୁ ଟେକି ନେଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ଜଣେ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି ପୀଡିତା । ପୋଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ଶିବୁ ମୁଣ୍ଡାକୁ ଗିରଫ କରିଛି । ଏହା ସହ ଶିବୁର ତିନି ଜଣ ସହଯୋଗୀଙ୍କୁ ମଧ୍ୟ ଗିରଫ କରି ତଦନ୍ତ ଚଳାଇଛି ପୋଲିସ ।