କନକ ବ୍ୟୁରୋ: ବହିଷ୍କାର ପରେ ବି ତୁଟୁନି ଦାମ ଓ ବିଷ୍ଣୁଙ୍କ କଳି । ଗତ କିଛିଦିନ ତଳେ ବିଜେଡିରୁ ବହିଷ୍କୃତ ନେତା ଦାମ ରାଉତ ଓ ବିଷ୍ଣୁ ଦାସଙ୍କ କଳି ବଢ଼ିବାରେ ଲାଗିଛି । ଆଜି ପୁଣି ଦୁଇ ନେତା ମୁହାଁମୁହିଁ ହୋଇଛନ୍ତି । ଜଗତସିଂହପୁରର ଜିଲ୍ଲା ସଭାପତି ବିଷ୍ଣୁ ଦାସଙ୍କୁ ପୁଣି ନିଶାନାକୁ ନେଇଛନ୍ତି ଦାମ ରାଉତ । ଦାମ କହିଛନ୍ତି ଯେ, ହେଉଛନ୍ତି ଜଣେ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି । କେବଳ ଦୁର୍ନୀତିଗ୍ରସ୍ତ ନୁହେଁ ବରଂ ଜଗତସିଂହପୁରର ଜଣେ ନଷ୍ଟ ଚରିତ୍ର ବ୍ୟକ୍ତିଭାବେ ଜଣାଶୁଣା । କାରଣ ବାର୍ଦ୍ଧକ୍ୟ ଭତ୍ତରେୁ ପଇସା ନିଅନ୍ତି ବିଷ୍ଣୁ ।
Kanak News is now on WhatsApp
Join and get latest news updates delivered to you via WhatsApp
ଏପରିକି ଜଗତସିଂହପୁର ଛାଡିଲେ ତାଙ୍କ ଜୀବନରେ କେବେ ଅନ୍ୟ ସ୍ଥାନରେ ଗୋଟେ ସଭା କରିଛନ୍ତି କି ? ନା କେବେ ପାରାଦୀପରେ କେବେ ଲୋକମାନଙ୍କ ସହିତ ମିଳାମିଶା କରିଛନ୍ତି ବୋଲି ବିଷ୍ଣୁଙ୍କୁ ପ୍ରଶ୍ନ କରିଛନ୍ତି ଦାମ? ଖାଲି ଜିଲ୍ଲା ସଭାପତି କହିଦେଲେ ହୁଏନି । ସେମାନଙ୍କ ସମ୍ପର୍କରେ କହିଲେ ମୋ ବ୍ୟକ୍ତିତ୍ୱ ଉପରେ ଆଞ୍ଚ ଆସିବ ବୋଲି ସମାଲୋଚନା କରି ବିଷ୍ଣୁଙ୍କୁ କହିଛନ୍ତି ଦାମ ।
ସେପଟେ ଏହାର କଡା ଜବାବ ଜବାବ ରଖିଛନ୍ତି ବିଷ୍ଣୁ ଦାସ । ବିଷ୍ଣୁ କହିଛନ୍ତି ଯେ, ମୋ ଚରିତ୍ର ବିଷୟରେ ସାରା ଓଡ଼ିଶାବାସୀ ଜାଣିଛନ୍ତି । ଯଦି ଜଣେ ଦୁର୍ନୀତିଗ୍ରସ୍ତ ଲୋକ ଏବଂ ଖରାପ ଚରିତ୍ର ବ୍ୟକ୍ତିର ପର୍ଦ୍ଦାଫାଶ କଲେ ମୋର କିଛି ଅବସାଦ ନାହିଁ ବୋଲି ପାଲଟା ବଲ୍ କୁ ଦାମଙ୍କ କୋର୍ଟକୁ ଫିଙ୍ଗିଛନ୍ତି ବିଷ୍ଣୁ । ମଲା କଙ୍କଡାର ଓଲଟିବାକୁ ବଳ ନାହିଁ ମୋତେ କ’ଣ କହିବେ । ଯେତେବଡ ସଭା କରନ୍ତୁ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ । ତେଣୁ ଯିଏ ମୋତେ ସମାଲୋଚନା କରି ଖୁସି ପାଉଛି ସେ କରୁଥାଉ ବୋଲି ପାଲଟା ଜବାବ ରଖିଛନ୍ତି ବିଷ୍ଣୁ ଦାସ ।