ମାତ୍ର ୧୨୧ ଟଙ୍କା ବଦଳରେ ମିଳିବ ୨୭ ଲକ୍ଷ ଟଙ୍କା ! ଖାତାଧାରକଙ୍କ ମୃତ୍ୟୁ ହୋଇଗଲେ ପରିବାର ଲୋକଙ୍କୁ ପ୍ରତିମାସ ମିଳିବ ୧ ଲକ୍ଷ ଟଙ୍କା

125

ଏଲଆଇସିରେ ଏକ ସ୍ୱତନ୍ତ୍ର ପଲିସି ରହିଛି, ଯଦି ଆପଣ ଏହି ପଲିସିରେ ପ୍ରତିଦିନ ୧୨୧ ଟଙ୍କା ହିସାବରେ ଜମା କରୁଛନ୍ତି, ତେବେ ୨୫ ବର୍ଷରେ ଆପଣଙ୍କୁ ୨୭ ଲକ୍ଷ ଟଙ୍କା ମିଳିବ । ଏହା ବ୍ୟତୀତ ପଲିସି କରିବା ପରେ ଆପଣଙ୍କ ମୃତ୍ୟୁ ହୋଇଗଲେ, ଆପଣଙ୍କ ପରିବାରଙ୍କୁ ଏହି ପଲିସି ପ୍ରିମିୟମ ଭରିବାକୁ ପଡିବ ନାହିଁ । ଏବଂ ପ୍ରତ୍ୟେକ ବର୍ଷ ଆପଣଙ୍କ ପରିବାରକୁ ୧ ଏକ ଲକ୍ଷ ଟଙ୍କା ଦିଆଯିବ । ଏହାଛଡା, ୨୫ ବର୍ଷ ପୁରିବା ମାତ୍ରେ ନୋମିନିଙ୍କୁ ୨୭ ଲକ୍ଷ ଟଙ୍କା ମିଳିବ ।

ଝିଅର ବିବାହର ପ୍ରସ୍ତୁତି ପାଇଁ ଏହି ପୋଲିସି ଲାଭଦାୟକ –
ସାଧାରଣତଃ ଅନେକ ଲୋକ ଝିଅର ବିବାହକୁ ନେଇ ଚିନ୍ତିତ ରହିଥାନ୍ତି । ସେହି ଲୋକଙ୍କ ପାଇଁ ଏହି ପଲିସି ସବୁଠାରୁ ଲାଭଦାୟକ । ଏମିତି କି, ଏଲଆଇସି ଏହି ପଲିସିର ନାମ ମଧ୍ୟ କଲ୍ୟାଣ ଯୋଜନା ରଖିଛି । ଏହି ଯୋଜନାରେ ୧୨୧ ଟଙ୍କା ପ୍ରତିଦିନ ହିସାବରେ ପାଖାପାଖି ୩୬୦୦ ଟଙ୍କା ମାସିକ ପ୍ଲାନ ରହିଛି । ଯଦି କିଏ କମ୍ ପ୍ରିମିୟମ ବା ତା’ଠାରୁ ଅଧିକ ପ୍ରିମିୟମ ଦେବାକୁ ଚାହୁଁଛି, ତେବେ ଏହାର ସୁବିଧା ମଧ୍ୟ ଉବଲବ୍ଧ ରହିଛି ।

କେଉଁ ବୟସରେ ମିଳିବ ଏହି ପଲିସି ଜାଣନ୍ତୁ
ଏହି ପଲିସି କରିବାକୁ ହେଲେ ୩୦ ବର୍ଷରୁ କମ ହେବା ଜରୁରୀ କିମ୍ବା ଝିଅର ବୟସ ୧ ବର୍ଷ ହେବା ଦରକାର। ଏହି ପ୍ଲାନ ୨୫ ବର୍ଷ ପାଇଁ ମିଳିବ । କିନ୍ତୁ ପ୍ରିମିୟମ ୨୨ ବର୍ଷ ପର୍ଯ୍ୟନ୍ତ ଦେବାକୁ ପଡିବ । ବୟସ ଅନୁସାରେ ବି ପଲିସି ରହିଛି । ଝିଅର ବୟସ ହିସାବରେ ଏହି ପଲିସିର ସମୟ ସୀମା ରଖାଯିବ ।

ପଲିସି ବିଷୟରେ ଜାଣି ରଖନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ
– ପଲିସି ୨୫ ବର୍ଷର କରନ୍ତୁ
– ୨୨ ବର୍ଷ ପର୍ଯ୍ୟନ୍ତ ପ୍ରିମିୟମ ଦେବାକୁ ପଡିବ
– ପ୍ରତିଦିନ ୧୨୧ ଟଙ୍କା ତଥା ମାସରେ ୩୬୦୦ ଟଙ୍କା
– ଯଦି ଏହା ମଧ୍ୟରେ ବୀମାଧାରୀଙ୍କ ମୃତ୍ୟୁ ହୋଇଯାଏ, ତେବେ ପରିବାରକୁ ଦେବା ପାଇଁ ପଡିବ ନାହିଁ ପ୍ରିମିୟମ ।
– ଝିଅର ପଲିସି ବାବଦରେ ପ୍ରତିବର୍ଷ ୧ ଲକ୍ଷ ଟଙ୍କା ମିଳିବ ।
– ପଲିସି ପୁରା ହେବା ପରେ ନମିନୀକୁ ମିଳିବ ୨୭ ଲକ୍ଷ ଟଙ୍କା
– ଏହି ପଲିସି କମ କିମ୍ବା ଅଧିକ ପ୍ରିମିୟମରେ ନେଇ ପାରିବେ ।

ସିଙ୍ଗେଲ ଇନଡାଉମେଂଟ ପ୍ଲାନ
ଏଲଆଇସିର ଏହି ଯୋଜନାରେ କେବଳ ଥରେ ହିଁ ପ୍ରିମିୟମ ଦେବାକୁ ପଡିବ । ଏହି ଯୋଜନା ୯୦ ଦିନ ଶିଶୁ ଠାରୁ ଆରମ୍ଭ କରି ୬୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧ ବ୍ୟକ୍ତି ମଧ୍ୟ କରିପାରିବେ । ଏହି ପ୍ଲାନ ୧୦ ବର୍ଷ ପର୍ଯ୍ୟନ୍ତ ମିଳିବ । ଏଥିରୁ ଅତି କମ୍ରେ ୫୦ ହଜାର ବିମା ନିଆ ଯାଇପାରିବ । କିନ୍ତୁ ବେଶୀ ଟଙ୍କା ପାଇଁ କୌଣସି ସୀମା ନାହିଁ । ଯଦି କେଉଁ ବ୍ୟକ୍ତି ୫୦ ହଜାର ଟଙ୍କା ବୀମା ନେବାକୁ ଚାହୁଁଛି, ତେବେ ୪୦ ହଜାର ଟଙ୍କା ପ୍ରିମିୟମ ଦେବାକୁ ପଡିବ । ୧୦ ବର୍ଷ ପରେ ପୋଲିସି ପୁରା ହେବା ପରେ ୭୫ରୁ ୮୦ ହଜାର ଟଙ୍କା ମିଳିବ । ଇତି ମଧ୍ୟରେ ଯଦି ନମିନୀର ମୃତ୍ୟୁ ହୋଇଯାଏ, ତେବେ ନମିନୀକୁ ୫୦ ହଜାର ଟଙ୍କା ମିଳିବ ।

ସିଙ୍ଗଲ ମନି ବ୍ୟାଙ୍କ ପଲିସି
ଏଲଆଇସିର ଏହି ଯୋଜନାରେ ତିନୋଟି ବିକଳ୍ପ ସହିତ ନିବେଶ କରା ଯାଇପାରେ । ଏଥିରେ ନିବେଶକୁ ୯ ବର୍ଷ, ୧୨ ବର୍ଷ, ୧୫ ବର୍ଷ ବିକଳ୍ପ ମିଳିବ । ଏହି ସବୁ ବିକଳ୍ପରେ ଅତି କମ୍ରେ ବୀମା ନେବା ଜରୁରୀ । କିନ୍ତୁ ଅଧିକ ବୀମା ରାଶୀ ପାଇଁ କୌଣସି ସୀମା ନାହିଁ ।

୯ ବର୍ଷ ବିକଳ୍ପର ବିବରଣୀ
ଏହି ବିକଳ୍ପରେ ନିବେଶ କରିବା ପାଇଁ ଅତି କମ୍ରେ ୨୮ ହଜାର ଟଙ୍କା ପ୍ରିମିୟମ ଦେବାକୁ ହେବ, ଯେଉଁଥିରୁ ଆପଣଙ୍କୁ ୪୦ ହଜାର ଟଙ୍କା ବୀମା ମିଳିବ । ଏହି ଯୋଜନାରେ ୩/୬ ବର୍ଷରେ ୧୫-୧୫ ପ୍ରତିଶତ ଟଙ୍କା ମନି ବ୍ୟାଙ୍କ ରୂପରେ ମିଳିବ । ଏହା ଟଙ୍କା ପାଖାପାଖି ୬-୬ ହଜାର ଟଙ୍କା ହୋଇଥାଏ । ୯ ବର୍ଷରେ ୧୬ ହଜାର ଟଙ୍କା ବନେସ ମିଳିବା ବ୍ୟବସ୍ଥା ରହିଛି ।

୧୨ ବର୍ଷର ବିକଳ୍ପ
ଏହି ବିକଳ୍ପରେ ଅତି କମରେ ୫୦ ହଜାର ଟଙ୍କା ବୀମା ମିଳିବ । ଏଥିପାଇଁ ଆପଣଙ୍କୁ ୪୦ ହଜାର ଟଙ୍କା ପ୍ରିମିୟମ ଦେବାକୁ ପଡିବ । ଏହାସହ ୩-୬-୯ ବର୍ଷରେ ମନି ବ୍ୟାଙ୍କରେ ୧୫ ପ୍ରତିଶତ ଟଙ୍କା ରିଟର୍ନ ମିଳିଥାଏ । ଏହାଛଡା ୧୨ ବର୍ଷରେ ସଂପୂର୍ଣ୍ଣ ଟଙ୍କା ରିଟର୍ନ ମିଳିଯିବ । ଏହି ଯୋଜନାରେ ଲୋକଙ୍କୁ ଅନ୍ତରେ ୮୦ରୁ ୮୫ ଟଙ୍କା ରିଟର୍ନ ମିଳିବ ।

୧୫ ବର୍ଷର ବିକଳ୍ପ
ଏହି ଯୋଜନାରେ ଅତି କମରେ ୫୦ ହଜାର ଟଙ୍କା ପ୍ରିମିୟମ ଦେବାକୁ ପଡିବ । ଏହି ଯୋଜନାରେ ୩-୬-୯ ଓ ୧୨ ବର୍ଷରେ ୧୫-୧୫ ପ୍ରତିଶତ ଟଙ୍କା ରିଟର୍ନ ମିଳିବ । ନିବେଶକୁ ସର୍ବମୋଟ ୧.୪୦ ଲକ୍ଷ ଟଙ୍କା ମିଳିିବ ।